Only for Entertainment

ରିଲିଜ ହେଲା ତେଲୁଗୁ ଫିଲ୍ମ ଚାଣକ୍ୟ’ ଟ୍ରେଲର, ନଜର ଆସିଲେ ବଲିଉଡ ଅଭିନେତ୍ରୀ ଜରିନ ଖାନ !

38

ତେଲୁଗୁ ଫିଲ୍ମ ଚାଣକ୍ୟ ଟ୍ରେଲର ଲଂଚ ହୋଇଯାଇଛି । ଫିଲ୍ମରେ ଗୋପିଚାନ୍ଦ,ମହରୀନ ପୀରଜାଦା ଏବଂ ଜରିନ ଖାନ ମୁଖ୍ୟ ଭୂମିକାରେ ନଜର ଆସିବେ । ଉପେନ ପଟେଲ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମ ଆପଣଙ୍କୁ ‘ଟାଇଗର ଜିନ୍ଦା ହେ’ ଏବଂ ଜନ ଇବ୍ରାହିମଙ୍କ ‘ରା’ ଭଳି ମନେ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଥୀରୁ ଏବଂ ସିନେମାଟୋଗ୍ରାଫି କରିଛନ୍ତି ଭେଟ୍ରି ପାଲାନିସାମି । ଏହି ଫିଲ୍ମ ଜରିଆରେ ଜରିନ ଖାନ ତେଲୁଗୁ ଫିଲ୍ମରେ ପାଦ ଦେଇଛନ୍ତି । ଅନେକ ଦିନ ପରେ ଗୋପିଚାନ୍ଦଙ୍କୁ ଏହି ଅପକମିଂ ବ୍ଲକବାଷ୍ଟର ଫିଲ୍ମରେ ଦେଖିବାକୁ ମିଳିବ । ଫ୍ୟାନ୍ସମାନଙ୍କୁ ଗୋପିଚାନ୍ଦ ଏବଂ ମେହେରିନ ପିରଜାଦାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିବ ।

ତେବେ ଏହି ଫିଲ୍ମ ଅକ୍ଟୋବର ୫ରେ ଦଶହରା ପର୍ବ ସମୟରେ ପରଦାରେ ରିଲିଜ ହେବାକୁ ଯାଉଛି । ସେହିଭଳି ଦର୍ଶକ ଉତ୍ସାହର ସହ ‘ସଈରା ନରସିମ ରେଡ୍ଡି’କୁ ଚାହିଁ ବସିଛନ୍ତି , ଯାହା ଗାନ୍ଧୀ ଜୟନ୍ତି ଅର୍ଥାତ ଅକ୍ଟୋବର ୨ରେ ରିଲିଜ ହେବ । ତେବେ ଏହି ଫିଲ୍ମ ହୁଏତ ଫିଲ୍ମ ଚାଣକ୍ୟକୁ ଟକ୍କର ଦେଇପାରେ । ତେବେ ଫିଲ୍ମ ପରଦାରେ ସଫଳତା ହାସଲ କରିପାରୁଛି କି ନାହିଁ ତାହା କେବଳ ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More