Only for Entertainment

ବାୟୋପିକକୁ ନେଇ ବଢିଲା ସନି ଲିଓନିଙ୍କ ସମସ୍ୟା, ‘କୌର’ ଶବ୍ଦକୁ ଉଠାଇବା ପାଇଁ ମିଳିଲା ଚେତାବନୀ ।

you tube
0 28

ବଲିଉଡ ଅଭିନେତ୍ରୀ ସନି ଲିଓନି ଏବେ ବଡ ସମସ୍ୟାରେ । ଖବର ଅନୁସାରେ ବାୟୋପିକରେ କୌର ଶବ୍ଦର ବ୍ୟବହାର ଅଭିିନେତ୍ରୀଙ୍କୁ ମହଙ୍ଗା ପଡିଛି । ଏହାକୁ ନେଇ ଶିଖ ଧର୍ମର ଲୋକମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଯଦି ସନି ଏହି ସିରିଜୁ କୌର ଶବ୍ଦକୁ ନ ହଟାନ୍ତି ତେବେ ଏହାର ଫଳ ଭୋଗିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ସନି ଲିଓନିଙ୍କ ଜୀବନ ଉପରେ ଆଧାରିତ ଏହି ୱେବ ସିରିଜର ନାମ ରହିଛି ‘Karenjit Kaur: The Untold Story Of Sunny Leone’ । କିନ୍ତୁ ଏହି ନାମରେ କୌର ଶବ୍ଦର ବ୍ୟବହାର ଶିଖ ଧର୍ମର ଲୋକଙ୍କ ମନରେ ଆଘାତ ଦେଇଛି । ଏହାକୁ ନେଇ ଶିରୋମଣି ଅକାଳୀ ଦଳର ରାଷ୍ଟ୍ରୀୟ ଏବଂ ଏସଜିପିସିର ପୂର୍ବ ଅଧ୍ୟକ୍ଷ ଆପତ୍ତି ଉଠାଇଛନ୍ତି । ସେ ଏହି ସିରିଜର ନାମରୁ କୌର ଶବ୍ଦ ଉଠାଇବା ପାଇଁ ଦାବି କରିଛନ୍ତି ।

ବିବି ଜାଗୀର କୌର କହିଛନ୍ତି କୌର ଶିଖ ଧର୍ମର ଏକ ସମ୍ମାନଜନକ ଶବ୍ଦ । ଶିଖଧର୍ମ କୌଣସି ବ୍ୟକ୍ତିଙ୍କୁ ଅଶ୍ଳିଳ କାର୍ଯ୍ୟରେ ସାମିଲ ହେବା ପାଇଁ ଅନୁମତି ଦିଏ ନାହିଁ । ଯେଉଁ ବ୍ୟକ୍ତି ଶିଖ ଧର୍ମଠାରୁ ଦୂରେଇ ସାରିଛି ତାହାର କୌଣସି ଅଧିକାର ନାହିଁ ଏହି ଶବ୍ଦକୁ ବ୍ୟବହାର କରିବା ପାଇଁ । ସେ ଏହା ମଧ୍ୟ କହିଛନ୍ତି ସେ ଯେଉଁ ଧର୍ମକୁ ଆପଣାଇଛନ୍ତି ସେହି ଅନୁସାରେ ଫିଲ୍ମର ନାମ ରଖନ୍ତୁ ।

କହିରଖୁଛୁ ଯେ ଏବି ୱେବ ସିରିଜ ୧୬ ଜୁଲାଇରୁ ଆରମ୍ଭ ହେବ । ସନିଙ୍କ ଜୀବନରେ ଅନେକ ବିଷୟରେ ଏହି ସିରିଜରେ ଦେଖିବାକୁ ମିଳିବ । ଏହି ସିରିଜ ଜି୫ ଆପରେ ଆରମ୍ଭ ହେବ । ଏହି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More