Only for Entertainment

ଜାଣନ୍ତୁ ବଲିଉଡର ୫ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ପଂଜାବୀ ପୁଅଙ୍କୁ କରିଛନ୍ତି ବିବାହ

Bollywoodlife
0 49

ବଲିଉଡରେ ଏବେ ବିବାହ ଟ୍ରେଣ୍ଡ ଚାଲିଛି । ସୋନମଙ୍କ ପରେ ଅଭିନେତ୍ରୀ ନେହା ଧୂପିଆଙ୍କ ବିବାହ ଏବେ ସାମ୍ନାକୁ ଆସିଛି । ତେବେ ଉଭୟଙ୍କ ବିବାହରେ ଏକ ସାଧାରଣ କଥା ରହିଛି । ତାହା ହେଉଛି ଉଭୟ ପଂଜାବୀ ରୀତି ନୀତିରେ ପଂଜାବୀ ପୁଅଙ୍କୁ ବିବାହ କରିଛନ୍ତି । ଆସନ୍ତୁ ଜାଣିବା ବଲିଉଡର ୫ ଜଣ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ପଂଜାବୀ ପୁଅଙ୍କୁ ପଂଜାବୀ ରୀତି ନୀତିରେ ବିବାହ କରିଛନ୍ତି ।

sonam

ସୋନମ କପୁର
ବଲିଉଡ ଅଭିନେତ୍ରୀ ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ୮ ମଇରେ ବିବାହ କରିଛନ୍ତି । ଆନନ୍ଦ ପଂଜାବୀ ହୋଇଥିବା ବେଳେ ଉଭୟଙ୍କ ବିବାହ ପଂଜାବୀ ରୀତି ନୀତିରୋ ସମ୍ପୂର୍ଣ୍ଣ ହୋଇଛି ।

neha

ନେହା ଧୂପିଆ
ସୋନମଙ୍କ ପରେ ଅଭିନେତ୍ରୀ ନେହା ୧୦ ମଇରେ ବେଷ୍ଟ ଫ୍ରେଣ୍ଡ ଅଙ୍ଗଦଙ୍କୁ ବିବାହ କରିଛନ୍ତି । ଦୁଇ ଜଣ ପଂଜାବୀ ହୋଇଥିବ ବେଳେ ପଂଜାବୀ ରୀତି ନୀତିରେ ହିଁ ଉଭୟଙ୍କ ବିବାହ ହୋିଛି । ଦିଲ୍ଲୀର ଏକ ଗୁରୁଦ୍ୱାରରେ ଆନନ୍ଦ କାରଜ (ପଂଜାବୀ ବିବାହ) ହୋଇଥିଲା ।

hazel

ହେଜଲ କିଚ
ଅଭିନେତ୍ରୀ ହେଜଲ ୩୦ ନଭେମ୍ବର ୨୦୧୬ରେ କ୍ରିକେଟର ଯୁବରାଜ ସିଂଙ୍କୁ ବିବାହ କରିଥିଲେ । ଯୁବରାଜ ପଂଜାବୀ ହୋଇଥିବା ବେଳେ ପଂଜାବର ଫତେହଗଡ ସାହିବର ଗୁରୁଦ୍ୱାରରେ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ପରିବାର ଲୋକଙ୍କ ସମେତ ନିକଟ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ ।

har1

ଗୀତା ବସରା
ଅଭିନେତରୀ ଗୀତା ବସରା ୨୯ ଅକ୍ଟୋବର ୨୦୧୫ରେ କ୍ରିକେଟର ହରଭଜନ ସିଂଙ୍କ ସହିତ ବିବାହ କରିଥିଲେ । ଦୁଇ ଜଣ ପଂଜାବୀ ହୋଇଥିବାରୁ ଉଭୟଙ୍କ ବିବାହ ପଂଜାବୀ ରୀତି ନୀତିରେ ଅନୁଷ୍ଠିତ ହୋଇଥିଲା ।

gul-21

ଗୁଲ ପନାଗା
ଅଭିନେତରୀ ଗୁଲ ପନାଗା ୧୩ ମାର୍ଚ୍ଚ ୨୦୧୧ରେ ଏୟାରଲାଇନ ପାଇଲଟ ଋଷିତ ଅତ୍ରିଙ୍କୁ ବିବାହ କରିଥିଲେ । ଦୁହିଁଙ୍କ ବିବାହ ଶୀଖ ରୀତି ନୀତିରେ ଚଣ୍ଡିଗଡର ଏକ ଗୁରୁଦ୍ୱାରରେ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More