Only for Entertainment

୬ ମାସ ହେବ ରାତି ହେଲେ ଶୁଭୁଥିଲା କାନ୍ଦ! ଜୀବନର ଅଧାରୁ ଅଧିକାଂଶ କଥା ଭୁଲିଯାଇଛନ୍ତି ଏହି ବ୍ୟକ୍ତି

38

ଚଣ୍ଡିଗଡ଼ର ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ବୁଧବାର ଜଣେ ୮୫ ବର୍ଷିଅ ବୃଦ୍ଧଙ୍କୁ ଏକ ବନ୍ଦ କୋଠରୀ ଭିତରୁ ଉଦ୍ଧାର କରିଛନ୍ତି। ଜାଣିବାକୁ ମିଳିଛି ଯେ ବୃଦ୍ଧ ଜଣକ ଗତ ୬ ମାସ ହେବ ସେହି ବନ୍ଦ କୋଠରୀରେ ରହୁଥିଲେ। ପଡ଼ୋଶୀମାନଙ୍କ କହିବା ମୁତାବକ ରାତିରେ ବୃଦ୍ଧ ରହୁଥିବା ଘର ଭିତରୁ କାନ୍ଦ ସ୍ୱର ଶୁଭେ। ଏଭଳି ରୀତିମତ ଭାବେ ଚାଲିବାରୁ ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଥିଲେ।

 

ଷ୍ଟେଟ୍‌ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ଆସି ବୃଦ୍ଧଙ୍କୁ ଉଦ୍ଧାର କରିବା ସହ ଘଟଣାର ଖୋଳତାଡ଼ କରିବାରୁ ଜଣାପଡ଼ିଛି ଯେ ବୃଦ୍ଧ ଜଣକ ଅଲ୍‌ଜେମର୍‌ ରୋଗରେ ଆକ୍ରାନ୍ତ। ଏହି ରୋଗ ହେଲେ ବ୍ୟକ୍ତିର କିଛି ମନେ ରହେ ନାହିଁ। ବୃଦ୍ଧ ଜଣକ ତାଙ୍କ ଜୀବନର ଅଧାରୁ ଅଧିକାଂଶ ଭାଗ ଭୁଲି ଯାଇଛନ୍ତି।

ତାଙ୍କର ଖାଲି ଏତିକି ମନେ ଅଛି ଯେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ତଳ ବ୍ୟାଚ୍‌ରେ ପଢୁଥିଲେ। ତାଙ୍କ ଘର ସାମ୍ନାରେ ଲାଗିଥିବା ନେମ୍‌ପ୍ଲେଟ୍‌ରୁ ଜଣାପଡ଼ଛି ତାଙ୍କ ନାମ ଏ.ଏଲ୍‌. କାତ୍ୟାଲ୍ । ସେ ଜଣେ ଅବସରପ୍ରାପ୍ତ ଆର୍ଥିକ ପରାମର୍ଶଦାତା।

ତାଙ୍କର ଜଣେ ପୁଅ ଆମେରକାରେ ରହନ୍ତି। ତାଙ୍କର ଏତିକି କେବଳ ମନେ ଅଛି ଯେ ୩ ବର୍ଷ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ସମୟରେ ତାଙ୍କ ପୁଅ ଘରକୁ ଆସିଥିଲେ। ତା’ପରେ ତାଙ୍କ ସହ କ’ଣ ଘଟିଛି ସେ ମନେ ପକାଇ ପାରୁନାହାନ୍ତି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More