Only for Entertainment

ଭାଇଙ୍କ ବିବାହରେ ଦେଖିବାକୁ ମିଳିଲା ସ୍ୱପ୍ନାଙ୍କ ଠୁମକା, ଭିଡିଓ ହେଲା ଭାଇରାଲ ।

amar ujala
0 43

ସପ୍ନା ଚୌଧୁରୀ ଏବେ ସଫଳତାର ଶୀର୍ଷରେ । ବଲିଉଡର ଅନେକ ଫିଲ୍ମରେ ତାଙ୍କର ଜଲୱା ଦେଖିବାକୁ ମିଳୁଛି । ତାଙ୍କର ଠୁମକା ଦଶର୍କଙ୍କୁ ପାଗଳ କରିଛି । ନିକଟରେ ଭାଇଙ୍କ ବିବାହରେ ସ୍ୱପ୍ନା ଚୌଧୁରୀଙ୍କ ଠୁମକା ଦେଖି ସେଠାରେ ଉପସ୍ଥିତ ସମସ୍ତ ଅତିଥି ତାଙ୍କ ଦିୱାନା ହୋଇଯାଇଛନ୍ତି ।

sapna-chaudhary

ଶନିବାର ଦିନ ଡ୍ୟାନ୍ସ ସେନସେସନ ସ୍ୱପ୍ନା ଚୌଧୁରୀଙ୍କ ଭାଇ କରନଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ବିବାହ ଉତ୍ସବରେ ସେ ଖୁବ ଗ୍ଲାମରସ ନଜର ଆସିଥିବା ବେଳେ ତାଙ୍କର ଜବରଦସ୍ତ ଡ୍ୟାନ୍ସ ସମସ୍ତଙ୍କୁ ପାଗଳ କରିଛି । ଏହି ବିବାହରେ ବିଗ ବସ-୧୧ ପ୍ରତିଯୋଗୀ ଅର୍ଶି ଖାନ ଏବଂ ଆକାଶ ଦଦଲାନୀ ମଧ୍ୟ ନଜର ଆସିଥିଲେ । ସ୍ୱପ୍ନାଙ୍କ ଏହି ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସେହୁ ପରି ସ୍ୱପ୍ନାଙ୍କ ଭାଇଙ୍କ ବିବାହରେ ପୁରା ଗାଁ ସାମିଲ ହୋଇଥିଲା । ଏହା ସହିତ ତାଙ୍କ ରାଜ୍ୟର ଅନେକ ଜଣାଖୁଣା ବ୍ୟକ୍ତିତ୍ୱ ମଧ୍ୟ ନଜର ଆସିଥିଲେ ।

sapna-chaudhary

ବିଗ ବସରୁ ବାହାରିବା ପରେ ତାଙ୍କୁ ଅନେକ ବଲିଉଡ ଅଫର ମିଳିବାରେ ଲାଗିଛି । ଏହା ସହିତ ପୁରା ଦେଶରେ ତାଙ୍କର ଅନେକ ସୋ ମଧ୍ୟ ଦେଖିବାକୁ ମିଳିଛି ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More