Only for Entertainment

କପିଲଙ୍କ ସପୋର୍ଟରେ ଚନ୍ଦୁ । ନେଗେଟିଭ ଖବରରେ ଜାହିର କଲେ ନାରାଜ ।

aajtak
0 37

ନିଜ କମେଡ଼ିରେ କୋଟି କୋଟି ଲୋକଙ୍କୁ ହସାଇଥିବା କପିଲ ଏବେ ଖୁବ ସମସ୍ୟା ଦେଇ ଗତି କରୁଛନ୍ତି । ବିବାଦ ତାଙ୍କ ପିଛା ଛାଡ଼ୁନାହିଁ । କପିଲଙ୍କ ପୁରୁଣା ସାଥି ତାଙ୍କୁ ବାରମ୍ବାର ରୋଗଗ୍ରସ୍ତ ବୋଲି କହୁଛନ୍ତି । ଏହି ଅସୁବିଧା ସମୟରେ ତାଙ୍କ ପିଲାଦିନର ସାଙ୍ଗ ଏବଂ କୋ ଷ୍ଟାର ଚନ୍ଦୁ ତାଙ୍କ ସାଥ ଦେଇଥିବା ନଜର ଆସିଛି । ସେ କହିଛନ୍ତିଯେ କପିଲ ଖୁବ ଇମୋଶନାଲ । ଏହି ଦିନ ଗୁଡ଼ିକରେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର ନେଗେଟିଭ କଥା ଶୁଣିବାକୁ ମିଳୁଛି । ଏଭଳି ହେବା ଅନୁଚିତ ।

ଚନ୍ଦନ ପ୍ରଭାକର କପିଲଙ୍କୁ ନେଇ କହିଲେଯେ କପିଲ ଖୁବ ଚିନ୍ତାରେ ଅଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ସେ ଔଷଧ ମଧ୍ୟ ଖାଉଛନ୍ତି । ତେଣୁ ଫ୍ୟାମିଲି ଟାଇମ ୱିଥ କପିଲ ଶର୍ମା ଶୋ’କୁ କିଛି ଦିନ ପାଇଁ ବନ୍ଦ କରାଯାଇଛି । କପିଲ ଏବେ ବିଶ୍ରାମ ନେଉଛନ୍ତି । ତାଙ୍କୁ ଠିକ ହେବା ପାଇଁ କିଛି ସମୟ ଦରକାର । ଚନ୍ଦନ ଏହା ମଧ୍ୟ କହିଛନ୍ତିଯେ କପିଲଙ୍କ ବରୁଦ୍ଧରେ ଏତେ ନେଗେଟିଭ କଥା ଖେଳାନ୍ତୁ ନାହିଁ । ମୋ ସାଙ୍ଗ ସାରା ଦେଶକୁ ଏତେ ଖୁସି ଦେଇଛନ୍ତି । ତାଙ୍କୁ କଷ୍ଟ ହେବା ଭଳି ଏତେ କଥା କୁହନ୍ତୁ ନାହିଁ । କପିଲ ଖୁବ ସାଧାସିଧା ବ୍ୟକ୍ତି । ସେ ସବୁବେଳେ ସିଧା କଥା କହିଥାନ୍ତି । ଏହା ବ୍ୟତୀତ ସେ ଖୁସି ଅଛନ୍ତିଯେ କପିଲଙ୍କ ସମସ୍ତ ସଚ୍ଚୋଟ ସାଙ୍ଗ ତାଙ୍କ ସହିତ ଅଛନ୍ତି । ଯାହାର ଆବଶ୍ୟକତା ତାଙ୍କୁ ଏହି ସମୟରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More