Only for Entertainment

ଶୋଇବା ପୂର୍ବରୁ କରନ୍ତୁ ଏହି ସବୁ କାମ,ଆସିବନି ଦୁଃସ୍ୱପ୍ନ

swissfamily.ch
0 53

ଅଧିକାଂଶ ସମୟରେ ରାତିରେ ଶୋଇଥିବା ସମୟରେ ଦୁଃସ୍ୱପ୍ନ ଆସିଥାଏ । କିନ୍ତୁ ଏହା ପଛରେ କିଛି କଥା ଲୁଚି ରହିଛି । ଯାହାକୁ ଅନୁସରଣ କରିବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ । ଏସବୁ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । କାରଣ ବେଳେ ବେଳେ ଏହି ସବୁ ଖରାପ ସ୍ୱପ୍ନ ମଣିଷକୁ ବ୍ୟସ୍ତ ବିବ୍ରତ କରିପକାଏ । ଆସନ୍ତୁ ଜାଣିବା ।

ଶୋଇବା ସମୟରେ ପାଦ ଉତ୍ତର ଦିଗକୁ ଏବଂ ମୁଣ୍ଡ ଦକ୍ଷିଣ ଦିଗକୁ କରି ଶୋଇବା ଉଚିତ । ଏମିତି ଶୋଇବା ଦ୍ୱାରା ରୋଗ ବ୍ୟାଧି ହୋଇନଥାଏ । ବାତାବରଣରେ ଚୁମ୍ବକୀୟ ଶକ୍ତି ରହିଥାଏ,ଏହି ଶକ୍ତି ଦକ୍ଷିଣରୁ ଉତ୍ତର ଦିଗକୁ ବହିଥାଏ । ଯେତେବେଳେ ଆମେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାଉ ତେବେ ଏହି ଶକ୍ତି ଆମ ମୁଣ୍ଡରେ ପ୍ରବେଶ କରି ପାଦ ପଟେ ବାହାରିଯାଏ । ଏହି କ୍ରିୟାରେ ପାଚନ ପ୍ରକ୍ରିୟା ଠିକ ରହିଥାଏ । ସକାଳ ସମୟରେ ତାଜା ଅନୁଭବ ମଧ୍ୟ ହୋଇଥାଏ ।

ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଦ୍ୱାରା ଶକ୍ତି ପାଦରେ ପ୍ରବେଶ କରି ମୁଣ୍ଡରେ ପହଂଚିଥାଏ । ଏହି ସ୍ଥିତିରେ ମାନସିକ ଚିନ୍ତା ବଢିଥାଏ ଏବଂ ନିଦ ଠିକ ଭାବରେ ହୋଇନଥାଏ । ତେଣୁ ଶୋଇବା ସମୟରେ ପାଦକୁ ଦକ୍ଷିଣ ଦିଗକୁ କରିବାକୁ ମନା କରାଯାଇଛି ।
ଯଦି କୌଣସି କାରଣରୁ ମୁଣ୍ଡକୁ ଦକ୍ଷିଣ ଦିଗକୁ କରି ଶୋଇବା ସମ୍ଭବ ହୋଇନଥାଏ,ତେବେ ମୁଣ୍ଡକୁ ପୂର୍ବ ଦିଗ କରି ଏବଂ ପାଦକୁ ପଶ୍ଚିମ ଦିଗ କରି ଶୋଇବା ଉଚିତ । କୁହାଯାଏ ପୂର୍ବ ଦିଗରେ ସୂର୍ଯ୍ୟ ଦେବ ଥାଆନ୍ତି ଏବଂ ତାଙ୍କୁ ଭଗବାନ ବୋଲି କୁହାଯାଏ । ଯଦି ପୂର୍ବକୁ ପାଦ କରି ଶୋଇବା ତେବେ ସୁର୍ଯ୍ୟ ଉଦୟ ସମୟରେ ପାଦ ସୁର୍ଯ୍ୟଙ୍କ ଆଡ଼କୁ ରହିବ । ତେଣୁ ଏଭଳି କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହାକୁ ଅଶୁଭ ବୋଲି କୁହାଯାଏ ।

ଏହି ସବୁ ନିୟମକୁ ପାଳନ କରିବା ଦ୍ୱାରା ଖରାପ ସ୍ୱପ୍ନ ଆନିନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More