Only for Entertainment

ଜୀବନସାଥୀ କରିବାକୁ ଚାହୁଁଥିବା ସାଥୀଙ୍କ ସହ ଚାଟ୍‌ କରିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

storeboard.com
0 39

ଆଜିକାଲି ଯୁବତୀମାନେ ମଧ୍ୟ ନିଜର ମନ କଥା କହିବା ପାଇଁ ସୋସିଆଲ ମିଡ଼ିଆର ସାହାରା ନେବା ଆରମ୍ଭ କରି ସାରିଲେଣି । ପ୍ରେମ ନିବେଦନ କରିବାର ସୋସିଆଲ ମିଡ଼ିଆ ଏକ ମାଧ୍ୟମ ପାଲଟି ଗଲାଣି । ଯଦି ଆପଣ ମଧ୍ୟ ପସନ୍ଦ କରୁଥିବା ସାଥୀ ସହ ପ୍ରଥମ ଥର କଥା ହେବା ପାଇଁ ଯାଉଛନ୍ତି ଏବଂ ତାଙ୍କୁ ନିଜର ମନର କଥା କହିବାକୁ ଚାହଁଛନ୍ତି, ତେବେ ଏହି କେତୋଟି ଦିଗ ପ୍ରତି ଧ୍ୟାନ ରଖନ୍ତୁ । ବେଳେବେଳେ ଚାଟ୍‌ କରିବା ସମୟରେ ଆପଣ କିଛି ଏମିତି ଲେଖି ଦିଅନ୍ତି ଯାହା ଆପଣଙ୍କ ସାଥୀଙ୍କୁ ଖରାପ ଲାଗିବା ସହ ସେ ଆପଣଙ୍କ ଉପରେ ଇମ୍ପ୍ରେସ ହେବା ପରିବର୍ତ୍ତେ ଆପଣଙ୍କଠାରୁ ଦୂରକୁ ଚାଲି ଯାଆନ୍ତି । ସେଥିପାଇଁ ସାଥୀଙ୍କ ସହ କଥା ହେବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ରଖନ୍ତୁ ଯେମିତି କି ଆପଣ ସେମିତି କିଛି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ଦେବୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ସଂପର୍କକୁ ମଧୁର କରି ପାରିବେ ।

୧.ଯଦି ଆପଣ ଆପଣଙ୍କ ସାଥୀଙ୍କ ସହ କଥା ହେଉଛନ୍ତି ତେବେ ତରବରିଆ ଭାବରେ କିଛି ବି କୁହନ୍ତୁ ନାହିଁ । ସଠିକ୍‌ ସମୟର ଅପେକ୍ଷା କରନ୍ତୁ । ସମୟ ପୂର୍ବରୁ ଯଦି ଆପଣ କିଛି ସେପରି କହୁଛନ୍ତି ତେବେ ଏହାର ପରିଣାମ ଖରାପ ହୋଇପାରେ । କାରଣ ସଠିକ୍‌ ସମୟରେ କୁହାଯାଇଥିବା କଥାର ପ୍ରଭାବ ଅଧିକ ହୋଇଥାଏ ।

matchmaking୨.ଯଦି ଆପଣ ବହୁତ ଦିନରୁ ଜଣଙ୍କୁ ପସନ୍ଦ କରୁଛନ୍ତି ଏବଂ ଏବେ ତାଙ୍କ ସହ କଥା ହେବାକୁ ଯାଉଛନ୍ତି, ତେବେ ପୂର୍ବ ପ୍ରସ୍ତୁତି କରି ନିଅନ୍ତୁ । ତାଙ୍କ ପସନ୍ଦ , ନାପସନ୍ଦ ଭଲ ଭାବରେ ଜାଣି ନିଅନ୍ତୁ । ଯାହାଦ୍ୱାରା ଆପଣ ତାଙ୍କ ବିଷୟରେ ଏତେ ଜାଣିଛନ୍ତି ଭାବି ସେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବେ ।

୩. କଥା ହେବା ପାଇଁ କିଛି ମଜାଦାର ବିଷୟ ବାଛନ୍ତୁ । ଯେଉଁ କଥା ଆପଣ ଦୁଇ ଜଣଙ୍କୁ ହସାଇବା ସହ ଆପଣଙ୍କ ସାଥୀକୁ ଇମ୍ପ୍ରେସ କରାଇବାରେ ସାହାଯ୍ୟ କରିବ ।

୪.ନିଜର ଭଲ ସ୍ୱଭାବ ଦେଖାଇବା ସହ କନ୍‌ଫିଡ଼େଣ୍ଟ ହୋଇ କଥା ହୁଅନ୍ତୁ । ସହଜ ଏବଂ ସ୍ୱାଭାବିକ ଢ଼ଙ୍ଗରେ କଥା ହୋଇ ଆପଣ ତାଙ୍କୁ ଇମ୍ପ୍ରେସ କରି ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More