Only for Entertainment

ଆଇନ୍ ଗତ ସମସ୍ୟାରେ ଫସିଲେ ବଲିଉଡ୍ ହାର୍ଟଥ୍ରୋବ୍ ହ୍ରିତିକ୍ ରୋଶନ୍, ଜାଣନ୍ତୁ କାହିଁକି ?

Bollywood
0 19

ନିଜର ଡ୍ୟାନ୍ସ ଏବଂ ଅଭିନୟ ଜାଦୁରେ ସମସ୍ତଙ୍କୁ ଘାଇଲା କରୁଥିବା ବଲିଉଡ୍ ହାର୍ଟଥ୍ରୋବ୍ ହ୍ରିତିକ୍ ରୋଶନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ । କେତେବେଳେ ନିଜର ଲଭ ଲାଇଫକୁ ନେଇ ତ କେତେବେଳେ ଫିଲ୍ମକୁ ନେଇ । କିନ୍ତୁ ଏବେ ଏହି ଅଭିନେତାଙ୍କ ବିରୋଧରେ ଏକ ଠକେଇ ଅଭିଯୋଗ ଆସିଛି ।

ଖବର ଅନୁସାରେ ଚେନ୍ନାଇରେ ଅଭିନେତା ହ୍ରିତିକ୍ ରୋଶନଙ୍କ ବିରୋଧରେ ଏକ ମାମଲା ଦାୟର ହୋଇଛି । ଚେନ୍ନାଇର ଜଣେ ବ୍ୟବସାୟୀ ଏନ୍. ଆର୍ ମୂରଲୀଧରଣ ଏବେ ଅଭିନେତା ହ୍ରିତିକ୍ ରୋଶନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ହ୍ରିତିକଙ୍କ ବିରୋଧରେ ଠକେଇ ମାମଲା ଦାୟର କରାଯାଇଛି ।

hrithik-roshan

ଶୁଣିବାକୁ ମିଳିଛି ଯେ, ହ୍ରିତିକଙ୍କ ନାମରେ ୨୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଛି । ହ୍ରିତିକ୍ ଏବଂ ଆହୁରି ଅନ୍ୟ ୭ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ହ୍ରିତିକଙ୍କ ପୋଷାକ ବ୍ରାଣ୍ଡକୁ ପ୍ରମୋଟ୍ କରିବା ପାଇଁ ଏନ୍. ଆର୍ ମୂରଲୀଧରଣଙ୍କ କମ୍ପାନୀକୁ ସ୍ଥିର କରାଯାଇଥିଲା । ମାତ୍ର ପଛରେ ସେଥିରୁ ଓହରି ଯାଇଥିଲେ ହ୍ରିତିକ୍ । ଯାହାକୁ ନେଇ ମୂରଲୀଧରଣଙ୍କ କମ୍ପାନୀକୁ କ୍ଷତି ସହିବାକୁ ପଡିଥିଲା । ଫଳରେ ସେ ଏବେ ପୋଲିସର ସାହାରା ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More