ସାମ୍ନାକୁ ଆସିଲା କପିଲ ଗିନ୍ନିଙ୍କ ବିବାହ ପରର ପ୍ରଥମ ଲୁକ ।
କମେଡ଼ି କିଙ୍ଗ କପିଲ ଶର୍ମା ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗିନି ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଗିନିଙ୍କ ହୋମଟାଉନ ଜଳନ୍ଧରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ।ସିଧାସଳଖ ବିବାହ ସେରମନିରୁ କପିଲ ତାଙ୍କ ବିବାହର ଫଟୋ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଫଟୋରେ ସେ ତାଙ୍କ ସୁନ୍ଦରୀ ପତ୍ନୀଙ୍କ ସହିତ ନଜର ଆସିଛନ୍ତି । ରୟାଲ ଆଉଟଫିଟରେ ନଜର ଆସିଛନ୍ତି ଏହି ବିୟୁଟିଫୁଲ କପଲ ।
ଇିବାହ ଲୁକରେ ଗିନ୍ନି ଗର୍ଜିଅସ ଏବଂ ଷ୍ଟନିଙ୍ଗ ଦେଖା ଯାଉଛନ୍ତି । ଆସନ୍ତା ବର୍ଷ କପିଲଙ୍କ ପାଇଁ ଖୁବ ସଫଳଦାୟୀ ହେବାକୁ ଯାଉଛି । କାରଣ ବିବାହ ସହିତ ସେ ପୁଣିଥରେ କପିଲ ଶର୍ମା ଶୋ ଦ୍ୱାରା ଟିଭି ପରଦାକୁ ଫେରୁଛନ୍ତି । ତାଙ୍କ ପ୍ରଥମ ଅତିଥି ଭାବରେ ନଜର ଆସିବେ ସଲମାନ ଖାନ ।