Only for Entertainment

ଧୁମଧାମରେ ସରିଲା ପ୍ରିନ୍ସ-ୟୁଭିକାଙ୍କ ନିର୍ବନ୍ଧ, ଦେଖନ୍ତୁ ଫଟୋ ଏବଂ ଭିଡିଓ ।

YouTube
30

ଟିଭିର କ୍ୟୁଟ କପଲ ପ୍ରିନ୍ସ ନରୁଲା ଏବଂ ୟୁଭିକା ଚୌଧରୀ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦୁହେଁ ଅନେକ ସମୟରୁ ବିବାହ ପାଇଁ ପ୍ରସ୍ତୁତି କରୁଥିଲେ । ଏବେ ଦୁହିଁଙ୍କ ବିବାହର ପରମ୍ପରା ଆରମ୍ଭ ହୋଇସାରିଛି । ନିକଟରେ ୟୁଭିକା ପ୍ରିନ୍ସଙ୍କ ନାମରେ ମେହେନ୍ଦୀ ଲଗାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ମେହେନ୍ଦୀ ସେରେମୋନି ପରେ ୧୦ ଅକ୍ଟୋବର ରାତିରେ ଦୁହିଁଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ରିଙ୍ଗ ସେରେମୋନିର ଅନେକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଉଭୟ ଖୁବ ଖୁସିଥିବା ନଜର ଆସିଛନ୍ତି । ରିଙ୍ଗ ସେରେମୋନିରେ ୟୁଭିକା ଲାଲ ଡ୍ରେସରେ ନଜର ଆସିଥିବା ବେଳେ ପ୍ରିନ୍ସ ଧଳା ସେରୱାନିରେ ନଜର ଆସିଥିଲେ । ଭାଇରାଲ ହେଉଥିବା ଭିଡିଓରେ ଦୁହିଁଙ୍କର ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

କହିରଖୁଛୁ ଯେ, ପ୍ରିନ୍ସ ଏବଂ ୟୁଭିକା ପ୍ରଥମ ଥର ପାଇଁ ବିଗ ବସରେ ପରସ୍ପରକୁ ଦେଖିଥିଲେ । ବିଗ ବସ ଘରେ ହିଁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ପ୍ରେମ ହୋଇଥିଲା । କିନ୍ତୁ ଦୁହିଁଙ୍କ ସମ୍ପର୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ସମୟ ବିତିବା ସହିତ ସେମାନେ ବଣ୍ଡିଂ ଆଗରେ ସବୁ ମିଛ ପ୍ରମାଣିତ ହୋଇଥିଲା । ଦୁହେଁ ୧୨ ଅକ୍ଟୋବରରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ।

ଦେଖନ୍ତୁ ଫଟୋ ଏବଂ ଭିଡିଓ-

 

View this post on Instagram

 

#privika #yuvikachaudhary #princenarula at their ring ceremony function @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

Congratulations to this sweetest couple ❤️❤️❤️?????? #yuvikachaudhary #princenarula #privika @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

@Regran_ed from @viralbhayani – #privika #princenarula #yuvikachaudhary ❤️❤️❤️ #mehndi @viralbhayani – #regrann

A post shared by princenarula (@sangi_prince_narula) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More