Only for Entertainment

ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ପ୍ରଥମ ଲୁକ, ଦେଖିବାକୁ ମିଳିଲା ରାଣୀ ମୁଖର୍ଜୀଙ୍କ ଟଶନ

Deccan Chronicle
34

ଗତ ବର୍ଷ ବଲିଉଡ ଅଭିନେତ୍ରୀ ରାଣୀ ମୁଖର୍ଜୀଙ୍କ ଫିଲ୍ମ ‘ହିଚକୀ’ ରିଲିଜ ହୋଇଥିଲା । ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ବ୍ୟବସାୟ କରିଥିଲା । ହିଚକୀ ପରେ ଅଭିନେତ୍ରୀ ରାଣୀ ପୁଣି ଥରେ କାମକୁ ଫେରିଛନ୍ତି । ରାଣୀ ମୁଖର୍ଜୀଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ ୨’ର ସୁଟିଂ ଏବେ ଆରମ୍ଭ ହୋଇସାରିଛି ।

ନିକଟରେ ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମ ‘ମର୍ଦାନୀ ୨’ର ପ୍ରଥମ ଲୁକ ସେୟାର କରିଛନ୍ତି । ଏହି ଫଟୋରେ ରାଣୀ ହ୍ୱାଇଟ ସର୍ଟ ଏବଂ ନେଭି ବ୍ଲୁ ଡେନିମରେ ନଜର ଆସିଛନ୍ତି । ଫଟୋରେ ରାଣୀ କାହା ସହିତ କଥା ହେଉଥିବାର ଦେଖିବାକୁ ମିଳିଛି ।


ଫିଲ୍ମ ବିଷୟରେ କହିବାକୁ ଗଲେ ‘ମର୍ଦାନୀ ୨’ ଫିଲ୍ମ ‘ମର୍ଦାନୀ’ର ସିକ୍ୱଲ । ଏହି ଫିଲ୍ମକୁ ଆଦିତ୍ୟ ଚୋପ୍ରା ପ୍ରଡ୍ୟୁସ କରୁଛନ୍ତି । ଏହି ଫିଲ୍ମ ଜରିଆରେ ଗୋପୀ ପୁଥରନ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିବାକୁ ଯାଉଛନ୍ତି । ରାଣୀଙ୍କ ଏହି ବହୁ ପ୍ରତିକ୍ଷୀତ ଫିଲ୍ମ ଚଳିତ ବର୍ଷ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More