Only for Entertainment

ବଲିଉଡର ସବୁଠାରୁ ବଡ ମହିଳା ଆକ୍ସନ ଏଣ୍ଟରଟେନର ‘ଧାକଡ’ ନେଇ ଆସୁଛନ୍ତି କଙ୍ଗନା, ଦେଖନ୍ତୁ ପ୍ରଥମ ଲୁକ

India Today
33

କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ର ଟ୍ରେଲର ନିକଟରେ ରିଲିଜ ହୋଇଛି । ୨୦୧୯ରେ ବିଗ ବଜେଟ ଫିଲ୍ମ ‘ମଣିକର୍ଣ୍ଣିକା’ ହେବା ପରେ କଙ୍ଗନା ଏବେ ବଲିଉଡର ସବୁଠାରୁ ବଡ ମହିଳା ଆକ୍ସନ ଏଣ୍ଟରଟେନର ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । କଙ୍ଗନାଙ୍କ ଏହି ଆଗାମୀ ଫିଲ୍ମର ନାମ ରହିଛି ‘ଧାକଡ’ ।

ବଲିଉଡର ଜଣା ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ କିଛି ସମୟ ପୂର୍ବରୁ କଙ୍ଗାନଙ୍କ ଫିଲ୍ମ ‘ଧାକଡ’ର ପ୍ରଥମ ପୋଷ୍ଟର ରିଲିଜ କରିଛନ୍ତି । ଯେଉଁଥିରେ କଙ୍ଗନା ଧାକଡ ଅନ୍ଦାଜରେ ନଜର ଆସିଛନ୍ତି ।

ତରଣ ଆଦର୍ଶ ଏହି ଫଟୋ ସେୟାର କରି ଲେଖିଥିଲେ, ‘କଙ୍କନା ରଣାୱତ ଖୁବ ଶୀଘ୍ର ଧାକଡ ଫିଲ୍ମରେ ଜଣେ ଆକ୍ସନ ଏଣ୍ଟରଟେନର ଭାବେ ନଜର ଆସିବେ । ଫିଲ୍ମର ସୁଟିଂ ଭାରତ ସବିତ ଭାରତ ବାହାରେ ମଧ୍ୟ କରାଯିବ । ଫିଲ୍ମର ଆକ୍ସନ ହଲିଉଡ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର କରିବେ ଏହା ସହିତ ଏହାର ନିର୍ଦ୍ଦେଶନା ଦେବେ ରଜନୀଶ ରେଜୀ ଘାଇ । ଏହାକୁ ପ୍ରଡ୍ୟୁସ କରିବେ ସୋହେଲ ମକଲାଇ । ଫିଲ୍ମ ଆଗାମୀ ବର୍ଷ ଦୀପାବଳିରେ ରିଲିଜ ହେବ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More