Only for Entertainment

ଅଭିନେତ୍ରୀ ଶ୍ୱେତାଙ୍କ ହାତରେ ବୟଫ୍ରେଣ୍ଡ ଚୈତନ୍ୟଙ୍କ ନାମର ମେହେନ୍ଦୀ, ମେହେନ୍ଦୀରେ ଦେଖିବାକୁ ମିଳିଲା ଲଭଷ୍ଟୋରୀର ଝଲକ ।

BollywoodShaadis
0 43

ବଲିଉଡରେ ଏବେ ବିବାହର ଟ୍ରେଣ୍ଡ ଚାଲିଛି । ବଲିଉଡ ଅଭିନେତ୍ରୀ ଶ୍ୱେତା ତ୍ରୀପାଠୀ ୨୯ ଜୁନରେ ନିଜ ବୟଫ୍ରେଣ୍ଡ ଚୈତନ୍ୟ ଶର୍ମାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଟିତ ହେବ । ଏହା ଏକ ଡେଷ୍ଟିନେସନ ୱେଡିଂ । ତେବେ ଶ୍ୱେତା ଏବଂ ଚୈତନ୍ୟକ ବିବାହ ପୂର୍ବର ସମାରୋହ ଆରମ୍ଭ ହୋଇସାରିଛି ।

sweta

ଆଜି ଶ୍ୱେତାଙ୍କ ମେହେନ୍ଦୀ ସେରେମୋନି ଥିଲା । ଶ୍ୱେତା ଚେତନ୍ୟଙ୍କ ନାମର ମେହେନ୍ଦୀ ନିଜ ହାତରେ ଲଗାଇଛନ୍ତି । ମେହେନ୍ଦୀରେ ଶ୍ୱେତା ତାଙ୍କ ଲଭଷ୍ଟୋରୀକୁ ଆଙ୍କିଥିବାର ଦେଖିବାକୁ ମିଳିଛି । ଶ୍ୱେତା ଗୋଟିଏ ହାତରେ ପ୍ଲେନ ଆଙ୍କିଥିବା ଦେଖିବାକୁ ମିଳିଛି । କାରଣ ଦୁହିଁଙ୍କ ପ୍ରେମ କାହାଣୀ ପ୍ଲେନରେ ହିଁ ଆରମ୍ଭ ହୋଇଥିଲା । ଏହାର ଠିକ ତଳେ ଶ୍ୱେତା ତାଙ୍କ ବିବାହ ତାରିଖକୁ ଲେଖିଛନ୍ତି ।

sweta1
ଶ୍ୱେତାଙ୍କ ଅନ୍ୟ ହାତରେ ରୋଲରକୋଷ୍ଟର ଦେଖିବାକୁ ମିଳିଛି । କାରଣ ଦୁହିଁଙ୍କ ପ୍ରଥମ ଡେଟ ରୋଲରକୋଷ୍ଟରରେ ହୋଇଥିଲା । ଶ୍ୱେତା ମେହେନ୍ଦୀ ଫଙ୍କସନ ପାଇଁ ହଳଦୀ ରଙ୍ଗର ଆଉଟଫିଟକୁ ବାଛିଥିଲେ । ଏହି ଆଉଟଫିଟରେ ସେ ଖୁବ ସୁନ୍ଦ ମଧ୍ୟ ଦେଖାଯାଉଛନ୍ତି । ଶ୍ୱେତାଙ୍କ ବିବାହରେ ବଲିଉଡର ଅନେକ କଳାକାର ସାମିଲ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More