ବଲିଉଡ୍ ଆକ୍ସନ୍ ହିରୋ ଜନ୍ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ବାଟଲା ହାଉସ୍’ର ପ୍ରଥମ ଟିଜର୍ ମୁକ୍ତିଲାଭ କରିଛି । ୨୬ ସେକେଣ୍ଡର ଏହି ଟିଜର୍ ଟି ସିନେମାକୁ ନେଇ ଦର୍ଶକଙ୍କ ଉକ୍ରଣ୍ଠା ଆହୁରି ବଢାଇ ଦେଇଛି । ଏହି ଟିଜରରେ ଗନ୍ ସଟ୍, ଫାୟାର୍ ଆଉ ଜନ୍ ଆବ୍ରାହମଙ୍କ ଭଏସ୍ ଶୁଣିବାକୁ ମିଳିଛି । ଏହା ସହ ପୁରା ଟ୍ରେଲର୍ ୧୦ ଜୁଲାଇରେ ରିଲିଜ୍ ହେବ ବୋଲି ଏଥିରେ ସୂଚନା ଦିଆ ଯାଇଛି । ୨୦୦୮ ମସିହାର ବାଟଲା ହାଉସ୍ ଏନକାଉଁଟର୍ ଘଟଣାକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି ।
ଟିଜର ସହିତ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ଆଜି ରିଲିଜ ହୋଇଛି । ଏହି ପୋଷ୍ଟର ସହିତ ନିର୍ମାତା ଫିଲ୍ମର ରିଲିଜ ଡେଟ ବିଷୟରେ ମଧ୍ୟ ଖୁଲାସା କରିଛନ୍ତି । ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି ଯେ, ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ । ଫିଲ୍ମକୁ ନିଖିଲ ଆଡଭାଣୀ ନିର୍ଦ୍ଦେଶନା ଦେଉଛନ୍ତି ।
Confirmed for 15 Aug 2019… John Abraham in #BatlaHouse… Directed by Nikkhil Advani. #BatlaHouseTrailerOn10thJuly pic.twitter.com/IoP1abuJ0X
— taran adarsh (@taran_adarsh) July 6, 2019
ଫିଲ୍ମ ବାଟଲା ହାଉସର ରିଲିଡ ଡେଟ ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ, ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳ ଏବଂ ପ୍ରଭାସଙ୍କ ଫିଲ୍ମ ‘ସାହୋ’କୁ ବକ୍ସ ଅଫିସରେ ଟକ୍କର ଦେବ । କାରଣ ଏହି ଦୁଇଟି ଫିଲ୍ମ ମଧ୍ୟ ୧୫ ଅଗଷ୍ଟରେ ରିଲିଜ ହେବ ।