Only for Entertainment

‘୮୩’ର ସୁଟିଂ ଆରମ୍ଭ କରିବା ପୂର୍ବରୁ ରଣବୀର ସିଂଙ୍କ ଏହି ଫଟୋ ଭାଇରାଲ, ଖୁବ ଶୀଘ୍ର କପିଲ ଦେବଙ୍କ ଭୂମିକାରେ ଆସିବେ ନଜର

insta pic
25

ଗଲି ବୟର ସଫଳତା ପରେ ରଣବୀର ସିଂ ଏବେ ନିଜର ଆଗାମୀ ଫିଲ୍ମ ‘୮୩’ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଫିଲ୍ମର ସୁଟିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିଲେ ମଧ୍ୟ ରଣବୀର ସିଂ ଫିଲ୍ମ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ନିକଟରେ ରଣବୀରଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଚି । ଫଟୋରେ ରଣବୀର କ୍ରିକେଟ ଗ୍ରାଉଣ୍ଡରେ ପ୍ରାକ୍ଟିସ କରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

Cuteness ??? . . . Follow @ranveersinghera for latest updates, pictures & videos ?

A post shared by Ranveer Singh’s Era ♛ (@ranveersinghera) on

କହିରଖୁଛୁ ଯେ , ରଣବୀର ଫିଲ୍ମ ପାଇଁ ଧର୍ମଶାଳାରେ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମ କ୍ରିକେଟର କପିଲ ଦେବଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମକୁ କବୀର ଖାନ ନିର୍ଦ୍ଦେଶନା ଦେବେ ଏହା ସହିତ କପିଲ ଦେବଙ୍କ ପୁଅ ଏହି ଫିଲ୍ମରେ ତାଲଙ୍କୁ ଆସିଷ୍ଟାଣ୍ଟ କରିବେ । ଫିଲ୍ମରେ ରଣବୀର ସିଂଙ୍କ ବ୍ୟତିତ ପଙ୍କଜ ତ୍ରିପାଠୀ, ସାକିବ ସଲିମ , ଚିରାଜ ପାଟିଲ, ତାହିର ଭସିନ, ଆର ବଦ୍ରି, ହାର୍ଡି ସଂନ୍ଧୁ, ଏମି ୱିକ ଏବଂ ସାହିଲ ଖଟ୍ଟରଙ୍କ ପରି କଳାକାର ନଜର ଆସିବେ । ଏହି ଫିଲ୍ମ ୨୦୨୦ରେ ରିଲିଜ ହେବ ।

 

ଫିଲ୍ମ ୮୩ ପରେ ରଣବୀର ସିଂ ଫିଲ୍ମ ତଖ୍ତର ସୁଟିଂ ରେ ବ୍ୟସ୍ତ ରହିବେ । ଏହି ମଲ୍ଟି ଷ୍ଟାରର ଫିଲ୍ମର ନିର୍ମାଣ କରଣ ଜୋହର କରିବେ । ଏହି ଫିଲ୍ମରେ ପୁଣିଥରେ ରଣବୀର ଆଲିଆଙ୍କ ସହିତ ସ୍କ୍ରିନ ସେୟାର କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More