Only for Entertainment

ଟପ୍-୧୫ରେ କଟକ ଝିଅ ଚେଲ୍‌ସି, ଇଣ୍ଡିଆନ ଆଇଡଲରେ କଲେ କମାଲ !

26

ସୋନି ଟିଭିରେ ପ୍ରସାରିତ ରିୟଲିଟି ସୋ’ ଇଣ୍ତିଆନ ଆଇଡଲ୍‌ର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥ‌ାନ ପାଇଛନ୍ତି କଟକ ଶିଖରପୁର ନଦୀକୂଳ ସାହିର ଝିଅ ଚେଲ୍‌ସି। ଚେଲସି ଏହି ପ୍ରତିଯୋଗିତାରେ ‘ଗୋଲଡ଼େନ୍ ଟିକେଟ ଓ ମାଇକ’ ସହ ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତରେ ରୁଚି ରଖିଥିବା ୧୪ ବର୍ଷୀୟ ଏହି କଣ୍ଠଶିଳ୍ପୀ ଥିଏଟର ରାଉଣ୍ତରେ ଦମଦାର ପ୍ରଦର୍ଶନ କରିବା ସହ ସୋ’ର ଟପ-୧୫ରେ ପ୍ରବେଶ କରିଛନ୍ତି। ସେ ପ୍ରଥମେ ଅଡିସନ ରାଉଣ୍ତରେ ‘ମେ ପରେସାନ’ ଗୀତ ଗାଇ ‘ଗୋଲଡ଼େନ ଟିକେଟ’ ପାଇ ଥିଏ‌ଟର ରାଉଣ୍ତ ପାଇଁ ଚୟନ ହୋଇଥିଲେ। ପରେ ଥିଏଟର ରାଉଣ୍ତରେ ‘ଓଫୋ’ ଗୀତ ଗାଇ ସେ ଟପ-୧୫କୁ ପ୍ରବେଶ କରିଛନ୍ତି। ସୋ’ରେ ବିଚାରକ ଥିବା ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦ୍‌ଲାନୀ ଚେଲ୍‌ସିଙ୍କ ଗୀତକୁ ବେଶ ପସନ୍ଦ କରୁଛନ୍ତି।

ଛୋଟବେଳୁ ବାପା ସୁଧାଂଶୁ ବେହୁରାଙ୍କୁ ହରାଇଥିବା ଚେଲ୍‌ସି ମା’ ରେଖାଙ୍କ ଉତ୍ସାହ ଓ ସହଯୋଗରେ ଗୀତକୁ ଆପଣାଇଛନ୍ତି। ବାପାଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ସଂଗୀତକୁ ଅଧିକ ଗୁରୁତ୍ବ ଦେଇଛନ୍ତି ବୋଲି ସେ କହିଛନ୍ତି। ଏହା ପୂର୍ବରୁ ସେ ଇଣ୍ତିଆନ ଆଇଡଲ ଜୁନିୟର, ରାଇଜିଙ୍ଗ ଷ୍ଟାର, ସାର୍ଥକ ଟିଭିରେ ପ୍ରସାରିତ ସାରେଗାମାପା ସିଜନ-୧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରଖିଛନ୍ତି।

ଏହି ଅବସରରେ ସେ କହିଛନ୍ତି, ‘ଲତା ମଙ୍ଗେସକରଙ୍କ ଗୀତ ମୋର ବହୁତ ପସନ୍ଦ। ତା’ ସହ ସୁନିଧି ଚୌହାନ, ଅରିଜିତ ସିଂହଙ୍କ ସବୁ ଗୀତକୁ ଶୁଣେ ଓ ଅଭ୍ୟାସ ବି କରେ। ବଲିଉଡ୍‌ ଓ ୱେଷ୍ଟର୍ଣ୍ଣ ଗୀତ ଗାଇବା ପାଇଁ ବହୁତ ଭଲ ଲାଗେ। ପାଠପଢ଼ା ଯୋଗୁଁ ଦିନକୁ ମାତ୍ର ୨ ଘଣ୍ଟା ଅଭ୍ୟାସ କରେ। ଟପ-୧୫ରେ ପ୍ରବେଶ କରିବା ପରେ ଆହୁରି ଅଧିକ ସମୟ ଦେଇ ନିଜକୁ ପ୍ରସ୍ତୁତ କରୁଛି। ବଲିଉଡ୍ ପ୍ଲେ ବ୍ୟାକ ସିଙ୍ଗର ହେବାକୁ ଲକ୍ଷ୍ୟ ରହିଛି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More