Only for Entertainment

ହୋଲିରେ ବ୍ୟବହାର କରାଯାଉଥିବା ରାସାୟନିକ ରଙ୍ଗ ହେଇପାରେ ମାରାତ୍ମକ

Etashee
0 48

ହୋଲି ରଙ୍ଗର ପର୍ବ । ପରସ୍ପରକୁ ରଙ୍ଗ ଏବଂ ଫଗୁ ବୋଳି ଖୁସି ମନେଇବାଅବସର । ଅନେକଙ୍କ ଅପେକ୍ଷା ଥାଏ ଏହି ପର୍ବକୁ । ସେଥିପାଇଁ ବଜାରରେ ରଙ୍ଗ ପସରା ଅନେକ ଦିନରୁ ପଡିଲାଣି । ଖାଲି ଆଖିରେ ସୁନ୍ଦର ଦେଖାଯାଉଥିବା ରଙ୍ଗ ମାରାତ୍ମକ ରାସାୟନିକ ଦ୍ରବ୍ୟରୁ ପ୍ରସ୍ତୁତ । କେତେକ ଲାଭଖୋର ବ୍ୟବସାୟୀ ଏହି ରଙ୍ଗ ଏବଂ ଫଗୁରେ ଇଞ୍ଜିନ ତେଲ ଏବଂ କାରଖାନାର ବର୍ଜ୍ୟ ତୈଳ ମିଶାଇଥାନ୍ତି । ଏଗୁଡିକ ଶରୀର ପ୍ରତି କ୍ଷତିକାରକ । ତେଣୁ ରଙ୍ଗ କିଣିବା ବେଳେ ସତର୍କ ରୁହନ୍ତୁ । ପ୍ରାକୃତିକ ରଙ୍ଗର ଅଧିକ ମାତ୍ରାରେ କରନ୍ତୁ ।

  • ସବୁଜ ରଙ୍ଗରେ କପର ସଲଫେଟ ମିଶିଥାଏ । ଏହା ଆଖି ରୋଗର କାରଣ ହେବା ସହ ମଣିଷକୁ ଅଣନିଃଶ୍ୱାସୀ କରିଦିଏ । ଏହି ରଙ୍ଗ ମଧ୍ୟ ଆଂଶିକ ଭାବେ ଅନ୍ଧ କରିଦେଇପାରେ ।
  • ରୁପେଲି ରଙ୍ଗରେ ଆଲୁମିଲିୟମ କ୍ରୋମାଇଟ ରହିଛି । ଏଥିଯୋଗୁ କର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।
  • ହାଲୁକା ବାଇଗଣୀ ରଙ୍ଗରେ କ୍ରେମିୟମବାଇଡାଇଡ ମିଶିଥାଏ । ଏହି ରଙ୍ଗ ବ୍ୟବହାର କରିବା ଦ୍ୱାରା ଶ୍ୱାସରୋଗ ଏବଂ ଆଲର୍ଜି ସୃଷ୍ଟି ହୋଇଥାଏ । ନୀଳରଙ୍ଗରେ ଥିବା ପୁସିଆନ ବ୍ଲୁ ରାସାୟନିକ ଯୋଗୁଁ ବିଭିନ୍ନ ପ୍ରକାର ଚର୍ମରୋଗ ହେବାର ସମ୍ଭାବନା ଥାଏ ।
  • ଲାଲରଙ୍ଗରେ ମର୍କ୍ୟୁରି ସଲଫାଇଡ୍ ମିଶିଥାଏ । ସେଥିଯୋଗୁ ଚର୍ମ କର୍କଟ ସହ ମାନସିକ ଅବସାଦ, ପକ୍ଷପାତ ପରି ବିଭିନ୍ନ ରୋଗ ଦେଖାଦେଇଥାଏ ।
  • ରଙ୍ଗ ଛଡାଇବା ପାଇଁ ଶରୀରକୁ ସାବୁନ କିମ୍ବା କିରୋସିନରେ ଧୁଅନ୍ତୁ ନାହିଁ ।
  • ହାଲକା ସ୍କ୍ରିନ୍ କ୍ରିମ ବ୍ୟବହାର କରି ଧୀରେ ଧୀରେ ରଙ୍ଗ ଲାଗିଥିବା ସ୍ଥାନକୁ ଘଷନ୍ତୁ ।
  • ରଙ୍ଗ ଖେଳିବା ପୂର୍ବରି ଦେହରେ ସ୍କ୍ରିନ କ୍ରିମ, ନଡିଆ ତେଲ କିମ୍ବା ସନସ୍କ୍ରିନ ଲୋଶନ ବ୍ୟବହାର କରନ୍ତୁ ।
  • ଆଖିରେ ରଙ୍ଗ ଭର୍ତ୍ତି ହେଇଗଲେ ସଙ୍ଗେ ସଙ୍ଗେ ଅଖିକୁ ପାଣିରେ ଧୋଇ ଦିଅନ୍ତୁ । ଏହାସତ୍ତେ୍ୱ ଆଖି ଜଳାପୋଡା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More