ଛେନା ପୁରଦିଆ ବୁଢା ଚକୁଳି ପ୍ରସ୍ତୁତି ପ୍ରଣାଳୀ
ସାମଗ୍ରୀ:
ଅରୁଆ ଚାଉଳ ୨୫୦ ଗ୍ରାମ , ବିରିଡାଲି -୧୫୦ ଗ୍ରାମ , ଦହିଛେନା -୧୫୦ ଗ୍ରାମ , ନଡିଆ -୧ଫାଳ , ଗୁଡ -୫୦/୬୦ ଗ୍ରାମ , ଲୁଣ – ସ୍ଵାଦ ଅନୁସାରେ , ତେଲ ଆବଶ୍ୟକ ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ:
ଅରୁଆ ଚାଉଳ ଓ ବିରିଡାଲିକୁ ୫/୬ ଘଣ୍ଟାଭିଜାଇ ଦିଅନ୍ତୁ । ବିରିରୁ ଚୋପା ଛଡାଇ ଦିଅନ୍ତୁ , ଅରୁଆ ଚାଉଳକୁ ଧୋଇ ଛାଣି ଦିଅନ୍ତୁ । ବିରି ଓ ଚାଉଳ ମିଶାଇ ଚିକ୍କଣ କରି ବାଟି ରଖନ୍ତୁ । ନଡିଆ କୋରି ଦିଅନ୍ତୁ । ଗୁଡ ,ଛେନା ଓ ନଡିଆ ସହିତ ପୁରା ତିଆରି କରନ୍ତୁ । ତାୱା ଗରମ କରି ତେଲ ପକାନ୍ତୁ । ଗରମ ତାୱାରେ ପିଠଉ ଚକୁଳି ପରି ଢାଳନ୍ତୁ । ଛେନା ପୁରା ଦେଇ ପୁଣି ପିଠଉ ଦେଇ ପିଠାକୁ ଘୋଡାଇ ଦିଅନ୍ତୁ । ଅଳ୍ପ ଆଞ୍ଚରେ ରଖନ୍ତୁ । ଚାରିକଡରେ ତେଲ ବୁଲାଇ ଦିଅନ୍ତୁ । ପିଠା ହୋଇଗଲେ କାଢି ରଖନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ଛେନା ପୁରଦିଆ ବୁଢାଚକୁଳି । ଏହାକୁ କାଟି ଖାଇବାକୁ ଦିଅନ୍ତୁ ଓ ନିଜେ ଖାଆନ୍ତୁ ।