Only for Entertainment

ଏହି ବାଇକ ସାହାଯ୍ୟରେ କିଛି ସେକେଣ୍ଡରେ ଚଢିପାରିବେ ନଡିଆ ଗଛରେ !

16

ନଡିଆ ଏବଂ ଗୁଆ ଗଛରେ ଚଙ୍ଘିବା ଖୁବ କଷ୍ଟ ଅଟେ, କାରଣ ଏହି ଗଛ ଗୁଡିକର ଉଚ୍ଚତା ବହୁତ । ଅନେକ ସମୟରେ ଚାଷୀ ମଧ୍ୟ ଗଛରେ ଚଙ୍ଘିବାକୁ ମନା କରିଦିଅନ୍ତି । ନିକଟରେ କର୍ଣ୍ଣାଟକରେ ଜଣେ କୃଷକ ଏକ ଆବିଷ୍କାର ଜରିଆରେ ଏକ ସୁବିଧା ବାହାର କରିଛନ୍ତି । କର୍ଣ୍ଣାଟକର ମାଙ୍ଗାଲୁରୁରେ ଚାଷୀ ଗଣପତି ଏହି ଗଛରେ ଚଢିବା ପାଇଁ ଏକ ଖାସ ବାଇକ ପ୍ରସ୍ତୁତ କରିଛନ୍ତି । ଏକ ଲିଟର ପେଟ୍ରୋଲରେ ଏହି ବାଇକ ଜରିଆରେ ନଡିଆ ଗଛ ଏବଂ ଗୁଆ ଗଛ ଭଳି ୮୦ଟି ଗଛ ଉପରେ ଚଢି ପାରିବେ ।

ଅସଲରେ ବର୍ଷା ଦିନେ ଗଛରେ ପୋକ ଲାଗିବା ଆଶଙ୍କା ଥାଏ । ମାତ୍ର କେହି ଗଛ ଚଢିବାକୁ ପସନ୍ଦ କରନ୍ତି ନାହିଁ । ଏହିକାରଣରୁ ଏଭଳି ଏକ ଉପାୟ ବାହାର କରାଯାଇଛି ଯାହାଦ୍ୱାରା ଗଛରେ ଚଢି ଉପଯୁକ୍ତ ଯତ୍ନ ନେଇ ହେବ ଏବଂ ଗଛକୁ ବଂଚାଇ ହେବ ।

ଏହାର ଓଜନ ରହିଛି ୨୮କିଲୋଗ୍ରାମ ଏବଂ ଏହି ଗାଡିରେ ୮୦କିଲୋରୁ କମ ଓଜନ ବ୍ୟକ୍ତି ବସି ଗଛ ଉପରକୁ ଚଢି ପାରିବେ । ଗଣପତିଙ୍କ ଦ୍ୱାରା ନିର୍ମିତ ଏହି ମେସିନର ଖୁବ ଚାହିଦା ରହିଛି । ସୂତ୍ରରୁ ପ୍ରକାଶ ଯେ ପ୍ରାୟତଃ ଗୋଟେ ଗଛ ଚଙ୍ଘିବା ପାଇଁ ୮ମିନିଟ ସମୟ ଲାଗେ ମାତ୍ର ଏହି ମେସିନ ଜରିଆରେ ୩୦ସେକେଣ୍ଡ ମଧ୍ୟରେ ଗୋଟିଏ ଗଛ ଚଢି ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More