Only for Entertainment

ବସ୍ ଉପରେ ଷ୍ଟଂଟ , ଚେନ୍ନାଇରୁ ଆସିଲା କଲେଜ ଛାତ୍ରଙ୍କ ଅଜବ କାରନାମାର ଦୃଶ୍ୟ, ଦେଖନ୍ତୁ ଭିଡିଓ !

29

ବସ୍ ଉପରେ ଷ୍ଟଂଟ , ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଚେନ୍ନାଇର ଏକ କଲେଜର ଛାତ୍ରମାନେ ବସ ଉପରେ ଷ୍ଟଂଟ କରୁଥିବାର ଦେଖିବାକୁ ମିଳିଛି । ଜଣେ କି ଦୁଇ ଜଣ ଛାତ୍ର ନୁହଁନ୍ତି ଏକାସଙ୍ଗେ ୨୦ରୁ ଅଧିକ ଛାତ୍ର ବସ ଉପରେ ଚଢି ଷ୍ଟଂଟ କରୁଥିବାର ଦେଖିବାକୁ ମିଳିଛି । ଖରାଛୁଟି ପରେ ଗତକାଲି କଲେଜ ଖୋଲିଥିଲା । ଛାତ୍ରମାନେ କଲେଜ ଯିବା ସମୟରେ ହଠାତ ବସ ଉପରେ ଚଢି କଲେଜ ନାଁରେ ନାରା ଦେବା ସହ ନାଚଗୀତ କରିଥିଲେ ।

ଉକ୍ତ ବସର ଡ୍ରାଇଭର ଓ କଣ୍ଡକ୍ଟର ମନା କରିବା ସତ୍ୱେ ମଧ୍ୟ ସେମାନଙ୍କ କଥାକୁ କେହି କାନ ଦେଇନଥିଲେ । ଅନ୍ୟପଟେ ଏହି ସମୟରେ ହଠାତ୍ ବସ ଡ୍ରାଇଭର ଜଣକ ବ୍ରେକ ମାରିବାରୁ ଉପରେ ଚଢିଥିବା ସମସ୍ତ ଛାତ୍ର ତଳକୁ ଖସିପଡିଥିଲେ । ତେବେ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ପାଖାପାଖି ୨୦ଛାତ୍ରଙ୍କୁ ପୁଲିସ ଅଟକ ରଖିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More