Only for Entertainment

ଆଜି ହିଁ ଟ୍ରାଏ କରନ୍ତୁ ଚିକେନ୍-ଏଗ୍ ସାଲାଡ

Taste
52

ସାମଗ୍ରୀ-

ଛୋଟ ଛୋଟ କଟାଯାଇଥିବା ଦୁ୍ଇ କପ୍‌ ଚିକେନ୍‌, ୩ଟି ସିଝା ଅଣ୍ଡା କଟାଯାଇଥିବା, ଦୁଇ ଚାମଚ ଲେମ୍ବୁ ରସ, ଏକ କପ୍‌ ଅଙ୍ଗୁର, ଅଧ କପ୍‌ ଗ୍ରେଟେଡ୍‌ ଅଖରୋଟ ଏବଂ ବାଦାମ, ଏକ କପ୍‌ ମେୟୋନିଜ, ଅଧ ଟେବୁଲସ୍ପୁନ୍‌ ଅଲିଭ୍‌ ଅଏଲ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-
ଏକ କଡ଼େଇରେ ଅଲିଭ୍‌ ଅଏଲ ପକାଇ କିଛି ସମୟ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ କଟା ଚିକେନ୍‌ ପକାନ୍ତୁ। ସ୍ବାଦାନୁସାରେ ଲୁଣ ପକାଇ କିଛି ସମୟ ଗୋଳାନ୍ତୁ। ଏହାପରେ ଧୀମା ଆଞ୍ଚରେ ଚିକେନ୍‌କୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ହାଲୁକା ବ୍ରାଉନ୍‌ ରଙ୍ଗ ହେବା ପର୍ଯ୍ୟନ୍ତ ଚିକେନ୍‌କୁ ଗୋଳାନ୍ତୁ। ପରେ ଗ୍ୟାସ୍‌ରୁ କଡ଼ାଇ ବାହାର କରି ଚିକେନ୍‌ ଥଣ୍ଡା ହେବାକୁ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଆଉ ଏକ ପାତ୍ରରେ ଚିକେନ୍‌ ରଖନ୍ତୁ। ଏଥିରେ ଅଙ୍ଗୁର, ଲେମ୍ବୁ ରସ, ଗ୍ରେଟେଡ୍‌ ବାଦାମ ଓ ଅଖରୋଟ୍‌ ଏବଂ ମେୟୋନିଜ ପକାଇ ମିଶାନ୍ତୁ। ଏକ ବଡ଼ ପ୍ଲେଟ୍‌ରେ ଏହି ମିଶ୍ରଣକୁ ବାହାର କରି ଉପରେ ବଳି ଥିବା ବାଦାମ ଓ ଅଖରୋଟ୍‌ରେ ସଜାନ୍ତୁ। ଉପରେ କଟା ସିଝା ଅଣ୍ଡା ରଖି ଚିକେନ୍‌-ଅଣ୍ଡା ସାଲାଡ଼ର ମଜା ନିଅନ୍ତୁ। ଏହି ସାଲଡ଼କୁ ସ୍ପିନାକ୍‌, ଟମାଟୋ, ପିଆଜ ମଧ୍ୟ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More