Only for Entertainment

ଆପଣ ମଧ୍ୟ ଫୁଡି । ଘରେ ପ୍ରସ୍ତୁତ କରନ୍ତୁ ଚିକେନ କଚୋଡ଼ି ।

cook meal today
0 90

 

ଆବଶ୍ୟକୀୟ ସାମଗ୍ରୀ-ମଇଦା ୩୦୦ ଗ୍ରା,ଲୁଣ ଅଧ ଚାମଚ,ଘିଅ ୪୫ ମିଲି,ଜଳ ୧୨୦ ମିଲି ।
ତେଲ ୨ ଚାମଚ,ରସୁଣ ୧ ଚାମଚ,କଂଚା ଲଙ୍କା ୧ ଚାମଚ,ପିଆଜ ୭୦ ଗ୍ରା,ଟମାଟୋ ୧୦୦ ଗ୍ରା,ଚିକେନ ୩୮୦ ଗ୍ରା,ଧନିଆ ଗୁଣ୍ଡ ଅଧ ଚାମଚ,ଲଙ୍କା ଗୁଣ୍ଡ ୧ ଚାମଚ,ଲୁଣ,ଗରମ ମସଲା ଅଧ ଚାମଚ,

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଉପରୋକ୍ତ ସମସ୍ତ ଜିନିଷକୁ ମିଶାଇ ଏକ ଡୋହ ପ୍ରସ୍ତୁତ କରନ୍ତୁ । ଏବେ ଏହାକୁ ୨୦ ମିନିଟ ପାଇଁ ଛାଡ଼ି ଦିଅନ୍ତୁ ।

ଚିକେନ ପୂର ପ୍ରସ୍ତୁତ ପାଇଁ କଙ୍ଗ଼ାଇ ଗରମ କରି ୧ ଚାମଚ ତେଲ ପକାନ୍ତୁ । ଏହାପରେ ୧ ଚାମଚ ରସୁଣ ପକାଇ ଭାଜନ୍ତୁ । କଂଚା ଲଙ୍କା,ପିଆଜ ଓ ଟମାଟୋ ପକାଇ ଭଲ ଭାବରେ ଭାଜନ୍ତୁ । ଏହାପରେ କିମା ଚିକେନ ପକାଇ ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ କୁକ କରନ୍ତୁ । ସେଥିରେ ଧନିଆ,ଲଙ୍କା ଗୁଣ୍ଡ,ଜିରା ଗୁଣ୍ଡ ଓ ଲୁଣ ପକାନ୍ତୁ । ଶେଷରେ ଗରମ ମସଲା ପକାଇ ୫ ମିନିଟ କୁକ କରନ୍ତୁ । ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ ।

ଏକ ପାତ୍ରରେ ୨୦ ଗ୍ରାମ ମଇଦା ନେଇ ସେଥିରେ ୬୦ ମିଲି ଘିଅ ପକାଇ ଭଲ ଭାବରେ ମିଶାନ୍ତୁ ଓ ରଖନ୍ତୁ ।
ରଖିଥିବା ଅଟା ଡୋହକୁ ଛୋଟ ଛୋଟ ଗୁଳା କରନ୍ତୁ । ଏଥିରେ ପ୍ରସ୍ତୁତ କରିଥିବା ଘିଅକୁ ଦେଇ ବର୍ଗାକାର କରନ୍ତୁ । ଏହାପରେ ତାହା ମଧ୍ୟରେ ଜିକେନ ପୂର ଦେଇ ମୁହଁକୁ ଭଲ ଭାବରେ ବନ୍ଦ କରିଦିଅନ୍ତୁ । ଏହାକୁ ଛାଣନ୍ତୁ । ଗୋଲଡେନ ରଙ୍ଗ ହେବା ପରେ ବାହାର କରନ୍ତୁ । ଏହାକୁ କେଚଅପ ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More