Only for Entertainment

ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ଚିକେନ ମଂଚୋ ସୁପ

tasty treats
0 107

ଆବଶ୍ୟକୀୟ ସାମଗ୍ରୀ-
ଜଳ-୧.୫ ଲି, ବ୍ରେଷ୍ଟ ଚିକେନ ୩୦୦ ଗ୍ରାମ,ଅଦା ୨୦ ଗ୍ରାମ,ରସୁଣ ୧୦ ଗ୍ରାମ,ପିଆଜ ୬୫ ଗ୍ରାମ,ଗାଜର ୪୫ ଗ୍ରାମ, ତୈଳ ୪୫ ମି.ଲି,ଅଦା ୧ ଚାମଚ ରସୁଣ ୧ ଚାମଚ,କଂଚା ଲଂଙ୍କା ୨ ଚାମଚ,ବନ୍ଧା କୋବି ୪୫ ଗ୍ରାମ,ଗାଜର ୮୦ ଗ୍ରାମ,ସିମଲା ଲଙ୍କା ୧୦୦ ଗ୍ରାମ,ସୋୟା ସସ୍ ୨ ଚାମଚ,ଗୋଲମରିଚ ଗୁଣ୍ଡ ୧ ଚାମଚ,ଲୁଣ ୧/୨ ଚାମଚ,ଭିନେଗାର ୧ ଚାମଚ,ଜଳ ୮୦ ମି.ଲିଧନିଆ ୨୦ ଗ୍ରାମ ।

ପ୍ରସ୍ତୁତି ପ୍ରଣାଳୀ-
ସର୍ବ ପ୍ରଥମେ ଏକ ପ୍ୟାନରେ ୧,୫ ଲିଟର ଜଳ,ଚିକେନ,ଅଦା,ରସୁଣ,ପିଆଜ ଓ ଗାଜର ପକାଇ ଫୁଟାନ୍ତୁ ।ଏହାପରେ ଚିକେନକୁ ବାହାର କରି ଛୋଟ ଛୋଟ କରି କାଟନ୍ତୁ । ଏହାପରେ ପ୍ୟାନରେ ୪୫ ମିଲିି ତେଲ ଗରମ କରନ୍ତୁ ଓ ଅଦା ଓ ରସୁଣ ପକାଇ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ କଂଚା ଲଙ୍କା,ବନ୍ଧା କୋବି,ଗାଜର ଓ ସିମଲା ଲଙ୍କା ପକାଇ ୫ରୁ ୭ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ରଖା ଯାଇଥିବା ଚିକେନ ଷ୍ଟକକୁ ପକାଇ ମିଶାନ୍ତୁ । ଏହାପରେ ସୋୟା ସସ୍,ଭିନେଗାର,ଗୋଲମରିଚ ଗୁଣ୍ଡ,ଲଙ୍କା ଗୁଣ୍ଡ ଓ ଲୁଣ ପକାନ୍ତୁ ଓ ଶେଷରେ ଚିକେନ ଅଣ୍ଡା ପକାନ୍ତୁ । ଏହାପରେ ଧନିଆ ପକାଇ ଫୁଟାନ୍ତୁ । ଶେଷରେ ଫ୍ରୋଜେନ ନୁଡୁଲ୍ସ ପକାଇ ପ୍ରସ୍ତୁତ କରନ୍ତୁ ଗରମା ଗରମ ଚିକେନ ମଂଚୋ ସୁପ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More