Only for Entertainment

ରବିବାରରେ ପ୍ରସ୍ତୁତ କରନ୍ତୁ ଖାସ ଚିକେନ ମୁଗଲାଇ । ରେଷ୍ଟୁରାଂଟ ଯିବାକୁ ମଧ୍ୟ ଭୁଲିଯିବେ ।

youtube
0 49

ଆବଶ୍ୟକୀୟ ସାମଗ୍ରୀ- ଚିକେନ,ଟମୋଟୋ ପ୍ୟୁରି,ଦୁଗ୍ଧ,ଅଦା ରସୁଣ ବଟା,କାଜୁ,ଧନିଆ ଗୁଣ୍ଡ,ଲଙ୍କା ଗୁଣ୍ଡ,ଗରମ ମସଲା ଗୁଣ୍ଡ,ଚାଟ ମସଲା,କସୁରୀ ମେଥି,ଫ୍ରେସ କ୍ରିମ,ଦହି,କଟା ପିଆଜ,କଂଚା ଲଙ୍କା, ଧନିଆପତ୍ର,ଲୁଣ,ତେଲ ଓ ଲେମ୍ବୁ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିକେନକୁ ମ୍ୟାରିନେଟ କରିବା ଉଚିତ । ତେଣୁ ଏକ ବାଉଲରେ ଚିକେନ,ଅଦା ଓ ରସୁଣ ବଟା,ଦହି ,ଲେମ୍ବୁ ରସ ଓ ଲୁଣ ପକାନ୍ତୁ । ମ୍ୟାରିନେଟ କରି ଅଧ ଘଂଟା ପାଇଁ ଘୋଡ଼େଇ ରଖନ୍ତୁ । ଏହାପରେ ଏକ ପ୍ୟାନ ଗରମ କରି ସେଥିରେ ସିଧାସଳଖ ଚିକେନକୁ ପକାନ୍ତୁ । ହାଇ ଫ୍ଲେମରେ ରଖନ୍ତୁ । ଏଥିରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ । ଚିକେନରୁ ପାଣି ଶୁଖିବା ପର୍ଯ୍ୟନ୍ତ ପ୍ୟାନରେ ବସାନ୍ତୁ ଓ ପରେ ବାହାର କରନ୍ତୁ ।

ଏହାପରେ ଆଉ ଏକ ପ୍ୟାଂନ ବସାନ୍ତୁ । ସେଥିରେ ତେଲ ପକାନ୍ତୁ । ସେଥିରେ ରଖା ଯାଇଥିବା କଟା ପିଆଜ ପକାଇ ଭାଜନ୍ତୁ ଓ କିଛି ସମୟ ପରେ କାଜୁ ପକାନ୍ତୁ । ଭାଜି ହୋଇଯିବା ପରେ ତାହାକୁ ବାହାର କରି ଦିଅନ୍ତୁ । ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ । ଏବେ ସେହି ପ୍ୟାନରେ ଅଦା ଓ ରସୁଣ ବଟା ପକାନ୍ତୁ । ୨ ମିନିଟ ଭଙ୍କକ୍ସରବଙ୍କ ପରେ ସେଥିରେ ଟମୋଟୋ ପ୍ୟୁରି ମିଶାନ୍ତୁ । ଏଥିରେ ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ । ଏହାପରେ ଚାଟ ମସଲା ଓ ଗରମ ମସଲା ପକାନ୍ତୁ । ସ୍ୱାଦନୁସାରେ ଲୁଣ ପକାନ୍ତୁ । କିଛି ସମୟ ପରେ ଦୁଗ୍ଧ ଆଡ କରନ୍ତୁ । ତେଲ ଉପରକୁ ଆସିବା ପର୍ଯ୍ୟନ୍ତ ମସଲାକୁ କଷିବା ଉଚିତ । ତେଲ ଉପରକୁ ଆସିବା ପରେ ସେଥିରେ ମଲାଇ ବା ଫ୍ରେଶ କ୍ରିମ ଆଡ କରନ୍ତୁ । ଏହା ସହିତ ପିଆଜ ଏବଂ କାଜୁ ବଟାକୁ ମଧ୍ୟ ପକାନ୍ତୁ । ଏହାକୁ କିଛି ସମୟ ଫ୍ରାଏ କରନ୍ତୁ ଏବଂ ଚିକେନ ଆଡ କରନ୍ତୁ । ସେଥିରେ କସୁରୀ ମେଥି ଓ କିଛି ଜଳ ପକାଇ ଘୋଡ଼ାଇ ଦିଅନ୍ତୁ । ୧୦ରୁ ୧୫ ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମରେ ରଖିବା ପରେ ବାହାର କରନ୍ତୁ । ଶେଷରେ ଏହା ଉପରେ କଂଚା ଲଙ୍କା ଓ ଧନିଆ ପତ୍ର ଗାର୍ନିସ କରନ୍ତୁ । ଏହାପରେ ସର୍ଭ କରନ୍ତୁ ହଟ ମୁଗଲାଇ ଚିକେନ ବା ଚିକେନ ଚଙ୍ଗେଜି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More