Only for Entertainment

ଚିକେନ ପପକନ ପ୍ରସ୍ତୁତି ପ୍ରଣାଳୀ

you tube
0 36

ସାମଗ୍ରୀ

ଚିକେନ୍, ମକା ଗୁଣ୍ଡ, ଅଣ୍ଡା, ବ୍ରେଡ୍‌ ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ, ପିଆଜ ଗୁଣ୍ଡ, ଗରମ ମସଲା,ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁସାରେ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନ୍‌କୁ ଭଲ ଭାବରେ ଧୋଇ ଏକ ପାତ୍ରରେ ୧୦ ମିନିଟ୍‌ ଯାଏଁ ରଖନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଲମରିଚ, ଅଦା ଓ ରସୁଣ ପେଷ୍ଟ, ଗରମ ମସଲା ଓ ଲୁଣ ମିଶାନ୍ତୁ। ଏହାପରେ ଚିକେନ୍‌ରେ ଅଣ୍ଡା, ବ୍ରେଡ୍‌ ଗୁଣ୍ଡ ଓ ମକା ଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ  ରଖନ୍ତୁ। କିଛି ସମୟ ପରେ ଅଳ୍ପ ଆଞ୍ଚରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ପ୍ରସ୍ତୁତ ରଖିଥିବା ଚିକେନ୍‌କୁ ଭଲ ଭାବରେ ଛାଣି ଦିଅନ୍ତୁ। ଚିକେନ୍ ଫ୍ରାଏ ହେବା ପରେ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଆଣନ୍ତୁ। ଆପଣଙ୍କ ସ୍ୱାଦିଷ୍ଟ ଚଟ୍‌ପଟି ଚିକେନ୍ ପୂରାପୂରି ପ୍ରସ୍ତୁତ ହୋଇଗଲା। ଏହାକୁ ଟୋମାଟ ସସ୍‌ ସହ ଗରମ ଗରମ ଖାଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More