Only for Entertainment

ଖୁବ କମ ସମୟରେ ପ୍ରସ୍ତୁତ କରନ୍ତୁ ଚିକେନ ପୋଟଲୀ ।

indiamart.com
64

ଚିକେନ ତରକାରୀ ଠାରୁ ଆରମ୍ଭ କରି ଚିକେନ ବିରିୟାନୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ରେସିପି ପ୍ରସ୍ତୁତ କରି ଆପଣ ଖାଇଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଚିକେନର ଏଭଳି ଏକ ରେସିପି ବିଷୟରେ ଜଣାଇବୁ ଯାହାକୁ ହୁଏତ ଆପଣ ଜାଣିନଥିବେ । ତେବେ ଏହି ନିଆରା ରେସିପିର ନାମ ହେଉଛି ଚିକେନ ପୋଟଲୀ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ
ପ୍ରଥମେ ଏକ କଡ଼ାଇରେ ୩୦ ଗ୍ରାମ ଘିଅ କରି ଗରମ କରନ୍ତୁ ଏବଂ କଟା ପିଆଜ ପକାଇ ଭାଜନ୍ତୁ । ଏହାପରେ ସିମଲା ଲଙ୍କା ପକାଇ ଭଲ ଭାବରେ ମିଶାନ୍ତୁ । ମଧ୍ୟମ ଆଂଚରେ ଏହାକୁ ୫ରୁ ୭ ମିନିଟ ବସାନ୍ତୁ । ଏଥିରେ କଂଚା ଲଙ୍କା, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା, ଲଙ୍କା ଗୁଣ୍ଡ ଏବଂ ଚିଲ୍ଲି ଫ୍ଲେକ୍ସ ପକାନ୍ତୁ । ଏବେ କଟା ପିଆଜ ଶଣ୍ଢା ପକାଇ ଭାଜନ୍ତୁ ଏବଂ ପରେ କିମା ଚିକେନ ପକାନ୍ତୁ ଏବଂ ଏହାକୁ ୧୫ ମିନିଟ ପାଇଁ ଘୋଡ଼ାଇ ଦିଅନ୍ତୁ । ଘୋଡ଼ଣୀ ବାହାର କରି ୩ରୁ ୫ ମିନିଟ ପାଇଁ କୁକ କରନ୍ତୁ । ଏବେ ଏହାକୁ ଗ୍ୟାସରୁ ବାହାର କରି ପାଶ୍ୱର୍ରେ ରଖନ୍ତୁ ।

ଏକ ପାତ୍ରରେ ୨୫୦ ଗ୍ରାମ ମଇଦା, ଜୁଆଣୀ, ଲୁଣ ପକାଇ ଭଲ ଭାବରେ ଚକଟନ୍ତୁ ଏବଂ ୨୦ ମିନିଟ ପାଇଁ ରଖିଦିଅନ୍ତୁ । ଏବେ ଏହାକୁ ଛୋଟ ଛୋଟ ଗୋଲ କରି ବେଲନ୍ତୁ ଏବଂ ରଖିଥିବା ମିଶ୍ରଣକୁ ଦେଇ ବନ୍ଦ କରି ଦିଅନ୍ତୁ ଏବଂ ତେଲରେ ଛାଣନ୍ତୁ । ଏହାକୁ ଟମାଟୋ କ୍ୟାଚଅପ ଏବଂ ଗ୍ରୀନ ଚଟଣୀ ସହିତ ସର୍ଭ କରନ୍ତୁ । ଖାଇବା ପାଇଁ ଏହା ଖୁବ ସ୍ୱାଦିଷ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More