Only for Entertainment

ଚିକେନ ସୁରମାଲି

Pinterest
0 62

ଆବଶ୍ୟକୀୟ ସାମଗ୍ରୀ:
ଚିକେନ-୧କେଜି
ପିଆଜ-୨୦୦ଗ୍ରାମ
କଂଚାଲଙ୍କା-୫ଟି
ତେଜପତ୍ର
ଅଦା ରସୁଣ ବଟା-୫୦ଗ୍ରାମ
ଧନିଆ ପତ୍ର
ପାଳଙ୍ଗ ଶାଗ- ୪ବିଡା
ମେଥି ଶାଗ-୧ବିଡା
ଲଙ୍କା ପାଉଡର-୧ଚାମଚ
ହଳଦୀ- ଅଧ ଚାମଚ
ଧନିଆ ପାଉଡର- ୨ରୁ ୩ ଚାମଚ
ଗରମ ମସଲା-୧ ଚାମଚ
ଦହି-ଅଧ କପ
ଲେମ୍ବୁରସ- ଅଧ ଚାମଚ
ତେଲ-୧୫୦ଗ୍ରାମ
ବଟର- ୨୫ଗ୍ରାମ
ଅମୁଲ ଫ୍ରେସ କ୍ରିମ-୨୦ଗ୍ରାମ
ଲୁଣ- ସ୍ୱାଦ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ କଂଚା ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ । ପରେ ସେଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ପାଉଡର, ଧନିଆ, ଜିରା ଓ ଦଳଦୀ ପାଉଡର, ଦହି ଓ ଲେମ୍ବୁରସ ମିଶାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ । ଏବେ କଢେଇରେ ତେଲ ଗରମ କରନ୍ତୁ । କଟା କଂଚା ଲଙ୍କା ଓ ତେଜପତ୍ର ଓ ପିଆଜ ପକାଇ ନାଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ପୂର୍ବ ପ୍ରସ୍ତୁତ ଚିକେନକୁ କଢାଇରେ ପକାଇ ସ୍ୱାଦ ଅନୁସାରେ ଲୁଣ ପକାଇ ଅଳ୍ପ ଆଂଚରେ କଷନ୍ତୁ । ଗରମ ପାଣିରେ ମେଥି ଓ ପାଳଙ୍ଗକୁ କାଟି କିଛି ସମୟ ଫୁଟାନ୍ତୁ । ଏହା ଥଣ୍ଡା ହେଲା ପରେ ଛୋଟ ଛୋଟ କରି କାଟି ଦିଅନ୍ତୁ । ଚିକେନ ଅଳ୍ପ ସିଝି ଆସିବା ପରେ କଟା ଶାଗକୁ ସେଥିରେ ପକାଇ ଭଲ ଭାବେ କଷି ଦିଅନ୍ତୁ । ପରେ ସେଥିରେ ଗରମ ମସଲା, ଫ୍ରେସ କ୍ରିମ ଓ ବଟର ପକାଇ ଗୋଳାଇ ଦିଅନ୍ତୁ । ଅଳ୍ପ ସମୟ ପରେ କଢେଇ ଓହ୍ଲାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ ସୁରମାଲି ବା ପାଲକ ମେଥି ଚିକେନ । ସ୍ୱାଦ ବଢାଇବା ପାଇଁ ଉପରେ କିଛି ଧନିଆ ପତ୍ର ପକାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More