Only for Entertainment

‘ଜୋମାଟୋ’ର ଫ୍ୟାନ ହେଲେ ‘ ପି. ଚିଦମ୍ବରମ’, କହିଲେ ଭାବୁଛି ମୁଁ ମଧ୍ୟ ଖାଦ୍ୟ ଅର୍ଡର କରିବି

punjabkeshari
78

ଫୁଡ ଡେଲିଭରୀ କମ୍ପାନୀ ‘ଜୋମାଟୋ’ ଖାଦ୍ୟ ଡେଲିଭରି ମାଧ୍ୟମରେ ତ ଲୋକଙ୍କ ହୃଦୟ ଜିତିଛନ୍ତି । କିନ୍ତୁ ଏହି ଥର ଜାତି ଧର୍ମକୁ ବିଭିନ୍ନତା ଦେଖାଇ ବିବାଦ ସୃଷ୍ଟି କରୁଥିବା ଲୋକଙ୍କୁ କଡ଼ା ଜୱାବ ଦେଇଛି କମ୍ପାନୀ । ଯେଉଁଥିରେ କମ୍ପାନୀ ବୁଝାଇ ଦେଇଛି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ସମାନ । କହିରଖୁଛୁ କମ୍ପାନୀ ଦେଇଥିବା ଜୱାବରେ ପ୍ରସିଦ୍ଧ ନେତା ମଧ୍ୟ ଖୁସି ହୋଇ ଯାଇଛନ୍ତି ।

କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ ଟ୍ୱିଟ କରି ଲେଖିଛିନ୍ତିଯେ, ମୁଁ ଏପର୍ଯ୍ୟନ୍ତ କେବେ ମଧ୍ୟ ଖାଦ୍ୟ ଅର୍ଡର କରିନାହିଁ,କିନ୍ତୁ ଏବେ ଜୋମାଟୋରୁ ଖାଦ୍ୟ ଅର୍ଡର କରିବା କଥା ଭାବୁଛି । ନେସନାଲ କଂଗ୍ରେସ ନେତା ଅବର ଅବଦୁଲ୍ଲାହ ମଧ୍ୟ ଜୋମାଟୋରେ ପ୍ରଶଂସା କରି ଲେଖିଛନ୍ତି ସମ୍ମାନ, ମୋତେ ଆପଣଙ୍କ ଆପ୍ ପସନ୍ଦ । ଧନ୍ୟବାଦ ଯେ ଆପଣ ଏଭଳି ଆପ୍ ସଂଚାଳନ କରୁଥିବା କମ୍ପାନୀକୁ ପସନ୍ଦ କରିବା ପାଇଁ କାରଣ ଦେଇଛନ୍ତି ।

କହିରଖୁଛୁ ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୟୁଜର ଜୋମାଟୋରୁ ଖାଦ୍ୟ ଅର୍ଡର କରି ରବ୍ଦ କରିଦେଲେ, କାରଣ ହେଉଛି ଡେଲିଭରି ବଏ ହିନ୍ଦୁ ନଥିଲା । ଏହି ୟୁଜରଙ୍କୁ ଜୱାବ ଦେଇ ଜୋମାଟୋ କହିଛନ୍ତିଯେ ଖାଦ୍ୟର କୌଣସି ଧର୍ମ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More