Only for Entertainment

କ୍ଲିନ ସେଭରେ ପିତାଙ୍କୁ ଦେଖି ଝିଅ କଲେ କିଛି ଏଭଳି , ଭାଇରାଲ ହେବାରେ ଲାଗିଛି ଭିଡିଓ-

you tube
19

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ଭିଡିଓରେ ପିତା କ୍ଲିନ ସେଭ କରି ଝିଅ ସାମ୍ନାରେ ପହଁଚନ୍ତି । ପିତାଙ୍କୁ କ୍ଲିନ ସେଭରେ ଦେଖି ଝିଅ ତାଙ୍କୁ ଚିହ୍ନିପାରେ ନାହିଁ ଏବଂ ବାନ୍ଦିବାକୁ ଲାଗେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଭିଡିଓକୁ ସେୟାର ମଧ୍ୟ କରାଯାଉଛି । ଝିଅ ନାମ ଅନେଲିଆ ବାଟିଜ ହୋଇଥିବା ବେଳେ ୩୨ ବର୍ଷିୟ ପିତାଙ୍କ ନାମ ଜେରେମୀ ବାଟିଜ ।

ଜେରେମୀ ଅନେକ ଦିନରୁ ଦାଢି ରଖିଥିଲେ ଏବଂ ତାଲଙ୍କ ଝିଅ ତାଙ୍କୁ କେବଳ ଦାଢିରେ ହିଁ ଦେଖିଥିଲେ । ଜେରେମୀ ପ୍ରଥମ ଥର ପାଇଁ ଝିଅ ସାମ୍ନାକୁ କ୍ଲିନ ସେଭରେ ଆସିଥିବାକୁ ସେ ତାଙ୍କୁ ଜାଣିପାରିନଥିଲେ । ଏହି ଭିଡିଓକୁ ଜେରେମୀଙ୍କ ପତ୍ନୀ ସୋଫିଆ ରେର୍କଡ କରିଥିଲେ ।

ସେଫିଆ କହିଥିଲେ ଯେ, ମୋତେ ଜଣାନଥିଲା ଯେ ଜେରେମୀ କ୍ଲିନ ସେଭ କରିବେ ବୋଲି । ସେ ମୋତେ କ୍ୟାମେରା ଅନ କରିବା ପାଇଁ କହି ବାଥରୁମ ଚାଲିଯାଇଥିଲେ । ଏହାପରେ ସେ ଯେତେବେଳେ କ୍ଲିନ ସେଭରେ ବାହାରିଲେ ତାଙ୍କୁ ଦେଖି ଝିଅ ଅନେଲିଆ ଚିହ୍ନି ପାରିନଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More