Only for Entertainment

ଆମୀର ଖାନଙ୍କ ପାଇଁ ପାଗଳ ହେଲେ ଚୀନ ଦର୍ଶକ, ଭାରତ ଆସି ଠଗ୍ସ ଅଫ ହିନ୍ଦୋସ୍ତାନ ଦେଖିବେ ଫ୍ୟାନ୍ସ ।

youtube
32

ଆମୀର ଖାନଙ୍କୁ ବିନା କାରଣରେ ମିଷ୍ଟର ପର୍ଫେକ୍ସନିଷ୍ଟ ବୋଲି କୁହାଯାଏ ନାହିଁ । ଯେ ଯେଉଁ କାମ ମଧ୍ୟ କରନ୍ତି ସଂପୂର୍ଣ୍ଣ ପରିଶ୍ରମ ଏବଂ ସଚ୍ଚୋଟତାର ସହିତ କରନ୍ତି । ସେ ବର୍ଷକୁ ଗୋଟିଏ ମାତ୍ର ଫିଲ୍ମ କରନ୍ତି ଏବଂ ସେହି ବକ୍ସ ଅଫିସରେ କୋଟି କୋଟଇ ଟଙ୍କା ବିଜନେସ କରେ । ଆମର ଖାନଙ୍କ କାମ କରିବାର ଏହି ଅନ୍ଦାଜକୁ ଖୁବ ପସନ୍ଦ କରନ୍ତି ଦର୍ଶକ । ତେଣୁ ତାଙ୍କ ଫିଲ୍ମ ଦେଖିବାକୁ ଦର୍ଶକ ଖୁବ ଅପେକ୍ଷା କରିଥାନ୍ତି । ଏହି କାରଣରୁ ଆମୀର କେବଳ ଭାରତରେ ନୁହେଁ ବରଂ ପଡ଼ୋଶୀ ଦେଶରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ।

ଆମୀରଙ୍କ ଅଭିନୀତ ଫିଲ୍ମ ଠଗ୍ସ ଅଫ ହିନ୍ଦୋସ୍ତାନ ଚଳିତ ବର୍ଷ ଦିୱାଲୀର ଖାସ ମୌକାରେ ରିଲିଜ ହେବାକୁ ଯାଉଛି । ଏହି ମୌକାରେ ନିହାତି ଭାବରେ ଆମୀର ଚାହିଁବେ ପ୍ରତି ଥର ଭଳି ଏହିଥର ମଧ୍ୟ ତାଙ୍କ ଫିଲ୍ମ ବ୍ଲକବଷ୍ଟର ହେଉ । ଆମୀରଙ୍କ ଏହି ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ଫ୍ୟାନ୍ସ ଭାରତ ଆସୁଛନ୍ତି । ଦିୱାଲୀରେ ଏହି ଫିଲ୍ମ ଦେଖିବା ପାଇଁ ଚୀନରୁ ତାଙ୍କର କିଛି ଫ୍ୟାନ୍ସ ଭାରତ ଆସିବେ । କାରଣ ସେଠାକାର ଲୋକ ଠଗ୍ସ ଅଫ ହିନ୍ଦୋସ୍ତାନ ଦେଖିବା ପାଇଁ ଖୁବ ଉତ୍ସାହିତ ।
ଆମୀର ଖାନ ବିଦେଶରେ ଖୁବ ପ୍ରସିଦ୍ଧ । କାରଣ ଭାରତୀୟ ଫିଲ୍ମ ଭାରତ ପରେ ଚୀନରେ ଅଧିକ ଇନକମ କରେ । ତାଙ୍କ ଫିଲ୍ମ ପିକେ,ଦଙ୍ଗଲ ,ସିକ୍ରେଟ ସୁପରଷ୍ଟାର ସାରା ଦୁନିଆରେ ସବୁଠାରୁ ଅଧିକ ଇନକମ କରିଥିବା ବଲିଉଡ ଫିଲ୍ମ ଲିଷ୍ଟରେ ସବୁଠାରୁ ଉପରେ ରହିଛି ।

ଦଙ୍ଗଲ ଚୀନରେ ୧୯୦୮ କୋଟି,ସିକ୍ରେଟ ସୁପରଷ୍ଟାର ୮୭୪ କୋଟି ଇନକମ କରିଥିଲା । ଆଶା କରାଯାଉଛି ଠଗ୍ସ ଅଫ ହିନ୍ଦୋସ୍ତାନ ମଧ୍ୟ ଜବରଦସ୍ତ ଇନକମ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More