Only for Entertainment

ଛଅ ମହଲାରେ ଲଟକିଥିଲା ୩ ବର୍ଷର ଶିଶୁ, ହାତ ଛାଡିବା ପରେ ହେଲା କିଛି ଏପରି ! ଦେଖନ୍ତୁ ଭିଡିଓ

The Indian Express
212

ଦକ୍ଷିଣ-ପଶ୍ଚିମ ଚିନରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୩ ବର୍ଷର ଜଣେ ଶିଶୁ ବିଲ୍ଡିଂର ଛଅ ମହଲାରେ ଓହଳିଥିବାର ଦେଖିବାକୁ ମିଳିଛି । ଶିଶୁଟି ହାତ ଛାଡିବା ପରେ ପଡୋଶୀମାନେ ବିଲ୍ଡିଂ ତଳେ ବଡ କମ୍ବଳ ଜରିଆରେ ଉଦ୍ଧାର କରିଛନ୍ତି ।

ଅସଲରେ ସ୍ଥାନୀୟ ସଂପତ୍ତି ପ୍ରବନ୍ଧକ କମ୍ପାନୀର କର୍ମଚାରୀ ଛୁଆଟି ବିଲ୍ଡିଂରେ ଲଟକିଥିବାର ଦେଖିବାକୁ ପାଇଥିଲେ । ଏହା ପରେ ସେମାନେ ତୁରନ୍ତ ଆସି ପହଁଛି ଛୁଆକୁ ଧରିବା ପାଇଁ ଅନେକ ଜିନିଷ ଖୋଜିଥିଲେ । ଶେଷରେ ସୋମାନେ କମ୍ବଳ ଜରିଆରେ ଛୁଆକୁ ଉଦ୍ଧାର କରିଥିଲେ । ଛୁଆଟିର ହାତ ଖସିବା ପରେ ସେ ଆସି କମ୍ବଳରେ ପଡିଥିଲା । ଖବର ଅନୂୁସାରେ ଛୁଆର କୌଣସି କ୍ଷତି ହୋଇନାହିଁ ।

ପୋଲିସର କହିବା ଅନୁସାରେ ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଥିଲା । ଛୁଆର ଜେଜେ ମା’ ସଉଦା ଆସିବା ପାଇଁ ଯାଇଥିଲେ । ତେବେ ଛୁଆଟି କାଚ ଡୋର କିପରି ଖୋଲି ଥିଲା ତାହା ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More