Only for Entertainment

ଆଇଫୋନ ପାଇଁ ବିକି ଥିଲେ କିଡ୍‍ନୀ, ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ !

Elite Readers
38

ଆଇଫୋନ କିଣିବା ପାଇଁ କ୍ରେଜ୍‍ ସମସ୍ତଙ୍କର ରହିଛି । ହେଲେ ଅର୍ଥ ପ୍ରତିବନ୍ଧକ ଥିବାରୁ ଅନେକ ଏହାକୁ କିଣିବାର ଭିନ୍ନ ଉପାୟ ଅବଲମ୍ବନ କରୁଥିବା ଆମେ ଶୁଣିଛେ । ଏଭଳି ଏକ ଘଟଣା ୨୦୧୧ରେ ଚୀନରେ ଦେଖିବାକୁ ମିଳିଥିଲା । ତାକେ ସାଓ ବେଙ୍ଗ ନାମକ ଜଣେ ବ୍ୟକ୍ତି ଆଇଫୋନ-୪ ପାଇଁ ଚୋରାରେ ବିକିଥିଲେ ନିଜ କିଡ୍‍ନୀ । ଏବେ ଡାକ୍ତରଖାନାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

china

ତାକେଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ୨୦୧୧ରେ କିଡ୍‍ନୀ ବିକିବା ପରେ ତାଙ୍କର ଅନ୍ୟ କିଡ୍‍ନୀଟି ମଧ୍ୟ ସଂକ୍ରମିତ ହୋଇଥିଲା ଏବଂ କାମ କରିବା ବନ୍ଦ କରିଦେଇଥିଲା । ଏହାପରେ ଡାକ୍ତରଖାନାରେ ତାକେଙ୍କୁ ଡାୟଲିସିସ୍‍ରେ ରଖାଯାଇଛି । ଆଉ ଏଥିପାଇଁ ତାଙ୍କ ବାପା ମା’ ଘରର ସବୁ କିଛି ବିକି ସାରିଲେଣି । ସୂଚନା ଅନୁସାରେ ୧୭ ବର୍ଷ ବୟସରେ ଆଇଫୋନ-୪ କିଣିବା ନିମନ୍ତେ ତାକେ ନିଜର ଗୋଟିଏ କିଡ୍‍ନୀକୁ ୧.୭୪ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଏହି ଘଟଣା ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ପୁଲିସ ୫ ଜଣ ଲୋକଙ୍କୁ ଗିରଫ କରିଥିଲା । ଏହି ବ୍ୟକ୍ତିମାନେ ତାକେଙ୍କ କିଡ୍‍ନୀକୁ ୧୦ଗୁଣା ଦାମ୍‍ ଅର୍ଥାତ ୧୭ ଲକ୍ଷ ଟଙ୍କାରେ ଅନ୍ୟକୁ ବିକି ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More