Only for Entertainment

ମା’ର ମମତା ଆଗରେ ହାର ମାନିଲେ ଟ୍ରାକ୍ଟର ଡ୍ରାଇଭର, ଇମୋସନାଲ କରିଦେବ ଭିଡିଓ

ndtv
77

କୁହାଯାଏ ମା’ର ମମତା ଆଗରେ ସବୁ କିଛି ଫିକା ପଡିଯାଏ । ଚୀନର ଏକ ଭିଡିଓ ପୂରା ବିଶ୍ୱରେ ଭାଇରାଲ ହେବାରେ ଲାଗିଛି ଯାହା ଏହି ଉକ୍ତିକୁ ଯଥାର୍ଥ କରିଛି । ଏହାକୁ ଦଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଛୋଟ ପକ୍ଷୀଟି ନିଜ ଅଣ୍ଡାକୁ ବଂଚାଇବା ପାଇଁ କିପରି ଟ୍ରକ୍ଟର ସାମ୍ନାକୁ ଆସି ଠିଆ ହେଉଛି ତାହା ଦେଖିବାକୁ ମିଳିଛି । ଅଣ୍ଡାକୁ ବଂଚାଇବା ପାଇଁ ପକ୍ଷୀଟି ନିଜ ଜବନକୁ ବାଜି ଲଗାଇ ଦେଇଛି ।

ସିଜିଟିଏନର ଖବର ଅନୁସାରେ ଏହି ଭିଡିଓ ଚୀନର ଉଲାକବ ସହରର । ଚିଡିଆଟି ଟ୍ରାକ୍ଟର ଆସୁଥିବାର ଦେଖି ପର ମେଲାଇ ଗାଡିକୁ ରୋକିବାକୁ ଲାଗିଲା । ଟ୍ରିକ୍ଟରର କିଛି ଦୂରରେ ଅଣ୍ଡାଥିଲା ଯାହାକୁ ଟ୍ରାକ୍ଟର ମାଡିଯିବାର ସମ୍ଭାବନା ଥିଲା ।

ଚିଡିଆଟି ଏପରି କରିବା ଦ୍ୱାରା ଡ୍ରାଇଭର ଜଣକ ଗାଡିଟିକୁ ସେହିଠାରେ ହିଁ ରଖିଦେଇଥିଲେ । ସେଠାରେ ବହୁତ ଗରମ ଥିବାରୁ ଡ୍ରାଇଭର ଜଣଙ୍କ ପକ୍ଷୀ ପାଖରେ ପାଣି ରଖିଥିଲେ । ଏହି ହୃଦୟସ୍ପର୍ଶ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଟ୍ୱିଟରରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୪ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଚୀନ ସୋସିଆଲ ମିଡିଆ ପ୍ଲାଟର୍ଫମରେ ଏହି ଭିଡିଓକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More