Only for Entertainment

ଅଚାନକ ଏଟିଏମରୁ ବାହାରିଲା ଟଙ୍କା! ଦେଖନ୍ତୁ ଏହି ଭିଡିଓ ।

ndtv
0 88

ସୋସିଆଲ ମିଡିଆରେ ଲକ ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଯେଡିଁଥିରେ କି ଆପଣ ଦେଖିବାକୁ ପାଇବେ ଏକ ଏଟିଏମରୁ ଅଚାନକ ଟଙ୍କା ବାହାରି ପଡିଛି । ଚୀନର ଜିଜିଆନ ସ୍ଥିତ ଏକ ଏଟିଏମରେ ଘଟିଛି ଏଭଳି ଘଟଣା । ୬ମାର୍ଚ୍ଚରେ ଚୀନର ଏକ ଏଟିଏମରୁ ପାଖାପାଖି ୨ସେକେଣ୍ଡ ପର୍ଯ୍ୟନ୍ତ ମେସିନରୁ ଟଙ୍କା ବାହାରିଥିଲା । ସେହି ସମୟରେ ଏଟିଏମରେ କୌଣସି ଗାର୍ଡ ଉପସ୍ଥିତ ନଥିଲେ । ସିସିଟିଭି କ୍ୟାମେରାଟି ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବେ ରେକର୍ଡ ହୋଇଛି । ଟଙ୍କା ବାହାରିଲା ପରେ ତଳେ ପଡିଯାଇଥିଲା । ସିଜିଟେନଙ୍କ ଅନୁସାରେ, ଏଟିଏମରେ କିଛି ଯାନ୍ତ୍ରିକ ତୃଟି ହୋଇଥିଲା ଯାହାଫଳରେ ସେଥିରୁ ୩୦୦୦ୟୁଆନ ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୪୦,୦୦୦ଟଙ୍କା ବାହାରକୁ ବାହାରି ଆସିଥିଲା ।

ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିଭଳି ଟଙ୍କା ତଳେ ପଡିଯିବା ପରେ ରାସ୍ତାରେ ଅତିକ୍ରମ କରୁଥିବା ଏକ ଯୋଡି ତୁରନ୍ତ ଭିତରକୁ ପସି ଆସି ଟଙ୍କା ସଂଗ୍ରହ କରିବାକୁ ଲାଭି ପଡିଥିଲେ ଏବଂ ଏହାକୁ ଗଚ୍ଚିବାକୁ ଲାଗିଥିଲେ । ଏହାର ପୂରା ଘଟଣା କ୍ୟାମେରାରେ ରେକର୍ଡ ହୋଇଯାଇଛି ।

ଦୁହେଁ କ୍ୟାମେରାକୁ ଦେଖି ପରସ୍ପରଙ୍କ ମୁହଁ ଦେଖାଇ ନଥିଲେ ମାତ୍ର ସେଠାକାର ପୁଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହାପରେ ସେ ଦୁହେଁ ଟଙ୍କା ଫେରସ୍ତ ଦେବେ ବୋଲି ରାଜି ମଧ୍ୟ ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More