Only for Entertainment

ନୁଡୁଲ୍ସରେ ଘର ତିଆରି କରି ଚର୍ଚ୍ଚାରେ ଯୁବକ

punjabkesari
99

ଲୋକ ନୁଡୁଲ୍ସକୁ ଖାଇବା ପାଇଁ ବ୍ୟବହାର କରନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏଭଳି ଏକ ଉପାୟରେ ନୁଡୁଲ୍ସ ବ୍ୟବହାର କରିଛନ୍ତି ଯାହା ଖୁବ ଅଜବ ଲାଗୁଛି । ସୋସିଆଲ ମିଡିଆରେ ଏହା ଖୁବ ଭାଇରାଲ ହେଉଛି । ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ଏହି ବ୍ୟକ୍ତି ତାଙ୍କ ପିଲାକୁ ଉପହାର ଦେବା ପାଇଁ ଏହିଭଳି ପ୍ରୟାସ କରିଛନ୍ତି । କହିରଖୁଛୁ ଝାଙ୍ଗ ନାମକ ଜଣେ ବ୍ୟକ୍ତି ଏହି ଘରକୁ ନିର୍ମାଣ କରିଛନ୍ତି ।

ଏହି ପ୍ଲେହାଉସକୁ ନିର୍ମାଣ କରିବା ପରେ ଏହି ଫଟୋ ସୋସିଆଲ ସାଇଟରେ ଭାଇରାଲ ହେଉଛି । ଫଟୋ ଭାଇରାଲ ହେବାମାତ୍ରେ ସେ ଚର୍ଚ୍ଚାକୁ ଆସି ଯାଇଛନ୍ତି । ଝାଙ୍ଗଙ୍କ କହିବା ମୁତାବକ ସେ ଏହାକୁ ଏକ୍ସପାୟର ହୋଇ ଯାଇଥିବା ୨୦୦୦ ନୁଡୁଲ୍ସ ପ୍ୟାକେଡରେ ନିର୍ମାଣ କରିଛନ୍ତି । ଚାରି ସ୍କାୟର ମିଟର ସ୍ଥାନରେ ଏହାକୁ ନିର୍ମାଣ କରିଛନ୍ତି ଝାଙ୍ଗ । ଏହା ମଧ୍ୟରେ ଏକ ଖଟ ମଧ୍ୟ ପଡ଼ିଛି, ଯେଉଁଥିରେ ଜଣେ ବୟସ୍କ ବ୍ୟକ୍ତି ଶୋଇବାରେ କୌଣସି ସମସ୍ୟା ହେବ ନାହିଁ । ଘର ମଧ୍ୟରେ ଲାଇଟ୍ସ ଲାଗିଛି । ଘରେ କବାଟ ଓ ଝରକା ରହିଛି ।

ଝାଙ୍ଗଙ୍କ କହିବା ଅନୁସାରେ ତାଙ୍କର ଜଣେ ବନ୍ଧୁ ନୁଡୁଲ୍ସର ହୋଲସେଲର । ତାଙ୍କ ପାଖରେ ପଡ଼ି ରହିଥିବା ଏକ୍ସପାୟର ନଥିବା ନୁଡୁଲ୍ସକୁ ସେ ଫିଙ୍ଗି ଦେବାକୁ ଚାହୁଁଥିଲେ, କିନ୍ତୁ ଝାଙ୍ଗ ମନା କଲେ ଏବଂ ତାହାକୁ ଆଣି ସେ ଏଭଳି ନିଆରା ଘର ନିର୍ମାଣ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More