Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚାଇନିଜ ପ୍ରନ୍ ରାଇସ୍

Tesco Real Food
0 52

ଆବଶ୍ୟକ ସାମଗ୍ରୀ-

ଚିଙ୍ଗୁଡି- ୩୦୦ ଗ୍ରାମ, ରନ୍ଧା ହୋଇଥିବା ଭାତ- ୨ କପ, ରସୁଣ ଛେଚା- ୧ ଚାମଚ, ଅଦା ଛେଚା- ୧ ଚାମଚ, କଟା ପିଆଜ, ଗାଜର, ବିନ, ୨ ରୁ ୪ ଟି କଂଚା ଲଙ୍କା, ଲଙ୍କା ଗୁଣ୍ଡ- ୧ ଚାମଚ, ଗୋଲମରିଚ ଗୁଣ୍ଡ- ଅଧା ଚାମଚ, ସୋୟା ସସ- ୧ ଚାମଚ, ଟମାଟୋ ସମ- ୧ ଚାମଚ, ଭିନେଗାର- ଆଧା ଚାମଚ(ଲମ୍ବୁ ପାଣି ବ୍ୟବହାର କରିପାରିବେ), ଲୁଣ ସ୍ୱାଦ ଅନୁସାରେ ଓ ତେଲ ।

ପ୍ରଣାଳୀ-

ପ୍ରଥମେ ଚିଙ୍ଗୁଡିକୁ ଭଲଭାବରେ ଧୋଇ ଦିଅନ୍ତୁ । ଏବେ ମ୍ୟାରିନେଟ କରିବା ପାଇଁ ଚିଙ୍ଗୁଡିରେ ଲଙ୍କାଗୁଣ୍ଡ, ସୋୟା ସସ, ଟମାଟୋ ସସ, ଭିନେଗାର, ଲୁଣ ଗୋଳାଇ ୩୦ ମିନିଟ ପାଇଁ ରଖି ଦିଅନ୍ତୁ । ଗୋଟିଏ ପ୍ୟାନରେ ତେଲ ଗରମ କରି ସେଥିରେ ରସୁଣ, ଅଦା ଓ କଂଚା ଲଙ୍କା ପକାନ୍ତୁ । ମସଲା ହୋଇଗଲା ପରେ ସେଥିରେ ମ୍ୟାରିନେଟ କରି ରଖିଥିବା ଚିଙ୍ଗୁଡି ପକାଇ ଗୋଳାନ୍ତୁ । ଏବେ ଆଂଚ ଧିମା କରି ୨ ମିନିଟ ଚିଙ୍ଗୁଡିକୁ ସିଝିବା ପାଇଁ ଛାଡି ଦିଅନ୍ତୁ । ଚିଙ୍ଗୁଡି ସିଝିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏବେ ସେହି ପ୍ୟାନରେ ଆଉ କିଛି ତେଲ ନେଇ କଟା ସେଥରେ କଟା ପିଆଜ, ବିନ, ଗାଜର, ଭିନେଗାର, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ପରିବା ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ । ପରିବା ଭାଜି ହୋଇଯିବା ପରେ ସେଥିରେ ରନ୍ଧାଯାଇଥିବା ଭାତ ଓ ଚିଙ୍ଗୁଡି ପକାଇ ଗୋଲାଇ ଦିିଅନ୍ତୁ । ଏବେ ଗୋଟିଏ ପ୍ଲେଟରେ ଚିଙ୍ଗୁଡି ଫ୍ରାଏଡ୍ ରାଇସ୍ ବାଢି ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More