ଚୀନର ଏହି ଟପ୍ ଅଭିନେତ୍ରୀ ‘ସାମାଜିକ ଦାୟିତ୍ୱବୋଧ’ ରେଟିଂରେ ପାଇଲେ ଶୂନ ପ୍ରତିଶତ
ନିକଟରେ କିଛି ଦିନ ତଳେ ନିଖୋଜ ଥିବା ଚୀନର ଜଣେ ବହୁଳ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଫ୍ୟାନ୍ ବିଙ୍ଗ୍ବିଙ୍ଗ୍ଙ୍କୁ ଚୀନର ଅଧିକାରୀମାନଙ୍କ ପକ୍ଷରୁ ‘ସାମାଜିକ ଦାୟିତ୍ୱବୋଧ’ ରେଟିଂରେ ଶୂନ ପ୍ରତିଶତ ଦିଆଯାଇଛି।
‘ଏକ୍ସ-ମେନ୍: ଡେଜ୍ ଅଫ୍ ଫିଉଚର୍ ପାଷ୍ଟ୍’ରେ ଥିବା ଏହି ଅଭିନେତ୍ରୀଙ୍କ ନାମ ୧୦୦ ସେଲିବ୍ରିଟିଙ୍କୁ ନେଇ କରାଯାଇଥିବା ର୍ୟାଙ୍କି ତାଲିକାର ଶେଷରେ ରହିଛି। ଏହି ର୍ୟାଙ୍କିଂ ବ୍ୟକ୍ତିଗତ ଜୀବନ, ସାମାଜିକ କାର୍ଯ୍ୟ ଓ ବ୍ୟକ୍ତିଗତ ଅଖଣ୍ଡତା ଆଧାରରେ କରାଯାଇଥାଏ।
ବେଜିଂ ନର୍ମାଲ୍ ୟୁନିଭରସିଟି ପକ୍ଷରୁ ୨୦୧୭-୧୮ ମସିହା ପାଇଁ ଚୀନର ସିନୋ ଏବଂ ଟେଲି ତାରକାଙ୍କର ସାମାଜିକ ଦାୟିତ୍ୱବୋଧକୁ ଭିତ୍ତିକରି କରାଯାଇଥିବା ଏହି କାର୍ଯ୍ୟକ୍ରମରେ ବିଙ୍ଗ୍ବିଙ୍ଗ୍ଙ୍କୁ ଶୂନ ପ୍ରତିଶତ ର୍ୟାଙ୍କି ଦିଆଯାଇଛି।
ଜୁଲାଇ ପହିଲାଠାରୁ ବିଙ୍ଗ୍ବିଙ୍ଗ୍ଙ୍କର କୌଣସି ଖୋଜ୍ଖବର ନାହିଁ। ତାଙ୍କର ଶେଷ ସୋସିଆଲ୍ ମିଡିଆ ପୋଷ୍ଟ୍ ଜୁଲାଇ ୨୩ରେ ରିପୋର୍ଟ କରାଯାଇଛି। ଶହେ ଜଣ ସେଲିବ୍ରିଟିଙ୍କୁ ନେଇ କରାଯାଇଥିବା ଏହି ରିପୋର୍ଟରେ କେବଳ ୯ ଜଣ ୬୦ ପ୍ରତିଶତ ନମ୍ବର ରଖି ପାସ୍ କରିଛନ୍ତି।