Only for Entertainment

ଚିରଞ୍ଜୀବିଙ୍କ ଜନ୍ମଦିନରେ ରିଲିଜ ହେଲା ତାଙ୍କ ଆଗାମୀ ଫିଲ୍ମ ‘ସଇ ରା ନରସିହ୍ମ ରେଡ୍ଡୀ’ର ଟିଜର, ଜାଣନ୍ତୁ ଏହି ସୁପରଷ୍ଟାରଙ୍କ ବିଷୟରେ କିଛି କଥା ।

ndtv
0 64

ସାଉଥ ସୁପରଷ୍ଟାର ଚିରଞ୍ଜୀବି ଆଜି ୬୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେଲଗୁ ଫିଲ୍ମ ତାଙ୍କର ଜଲୱା ବିଷୟରେ ଯେତେ ବି କହିଲା ତାହା କମ ହେବ । ଚିରଞ୍ଜୀବିଙ୍କ ଜନ୍ମଦିନରେ ତାଙ୍କର ଆଗାମୀ ଫିଲ୍ମ ‘ସଇ ରା ନରସିହ୍ମ ରେଡ୍ଡୀ’ର ଟିଜର ରଲିଜ କରାଯାଇଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ଏହି ଭିଡିଓକୁ ୭୦ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ଚିରଞ୍ଜୀବିଙ୍କ ୧୫୧ତମ ଫିଲ୍ମ ହେବ । ଏହି ଫିଲ୍ମକୁ ତାଙ୍କ ପୁଅ ରାମ ଚରଣ ପ୍ରଡ୍ୟୁସ କରୁଛନ୍ତି । ଏହାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ସୁରେନ୍ଦର ରେଡ୍ଡୀ । ଏହି ଫିଲ୍ମ ବିଷୟରେ ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ବଲିଉଡର ମହାନାୟକ ବିଗ ବି ଅମିତାଭ ବଚ୍ଚନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଆନ୍ଦ୍ର ପ୍ରଦେଶର ପ୍ରିଡମ ଫାଇଟର ନରସିହ୍ମ ରେଡ୍ଡୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ।

ଚିରଞ୍ଜୀବିଙ୍କ ଜନ୍ମ ଆନ୍ଦ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ୨୨ ଅଗଷ୍ଟ ୧୯୫୫ରେ ହୋଇଥିଲା । ତାଙ୍କ ପିତା ଜଣେ କନେଷ୍ଟବଳ ଥିଲେ । ଚିରଞ୍ଜୀବି କେବଳ ଅଭିନୟ ନୁହେଁ ରାଜନୀତିରେ ମଧ୍ୟ ଜଣେ ଚର୍ଚ୍ଚିତ ଚେହେରା । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା ।

  • ଚିରଞ୍ଜୀବିଙ୍କ ପ୍ରକୃତ ନାମ ହେଉଛି କେନିଡେଲା ଶିବା ଶଙ୍କର ୱରା ପ୍ରସାଦ । ଚିରଞ୍ଜୀବି ତାଙ୍କର ଷ୍ଟେଜ ନାମ ।
  • ଚିରଞ୍ଜୀବିଙ୍କ ପ୍ରଥମ ତେଲଗୁ ଫିଲ୍ମ ଥିଲା ‘ଘରାନା ମୋଗୁଦୁ’ । ଏହି ଫିଲ୍ମ ବକ୍ସ ଅଫିସରେ ୧୦ କୋଟି ଆୟ କରିବାରେ ସଫଳ ହୋଇଥିଲା ।
    ଏହି ଫିଲ୍ମ ଚିରଞ୍ଜୀବିଙ୍କୁ ଭାରତର ସବୁଠାରୁ ବଡ ଏବଂ ମହଙ୍ଗା ଆକ୍ଟର ବନାଇଥିଲା । ଏପରିକି ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ।
  • ଚିରଞ୍ଜୀବି ପ୍ରଥମ ସାଉଥ ଇଣ୍ଡିଆନ ଷ୍ଟାର ଯାହାଙ୍କୁ ଓସ୍କାର ଆୱାର୍ଡକୁ ଆମନ୍ତ୍ରୀତ କରାଯାଇଥିଲା । ସେ ୧୯୮୭ରେ ଓସ୍କାର ଆୱାର୍ଡରେ ସାମିଲ ହୋଇଥିଲେ ।
  • ସାଉଥ ସୁପରଷ୍ଟାର ପବନ କଲ୍ୟାଣ ତାଙ୍କର ସାନ ଭାଇ ଏବଂ ଆଲୁ ଅର୍ଜୁନଙ୍କ ଅଙ୍କଲ ଏବଂ ରାମ ଚରଣଙ୍କ ପିତା ।
  • ଲାଲ ବାହାଦୂର ଶାସ୍ତ୍ରୀ ତାଙ୍କ ପ୍ରିୟ ନେତା । ଏହା ସହିତ ସେ ମହାତ୍ମା ଗାନ୍ଧୀ ଏବଂ ମଦର ଟେରେସାଙ୍କ ବହୁତ ସମ୍ମାନ ଦିଅନ୍ତି ।
  • ଚିରଞ୍ଜୀବି ୧୧ ଟିଫିଲ୍ମରେ ଡବଲ ରୋଲ କରି ସାରିଛନ୍ତି । ଏହା ସହ ସେ ଗୋଟିଏ ଫିଲ୍ମ ଟ୍ରିପଲ ରୋଲରେ ମଧ୍ୟ ନଜର ଆସିଛନ୍ତି ।
  • ଚିରଞ୍ଜୀବି ବିଜୟା ଶାନ୍ତିଙ୍କ ସହିତ ସବୁଠାରୁ ଅଧିକ ଫିଲ୍ମ ଅର୍ଥାତ ୧୯ଟି ଫିଲ୍ମରେ କାମ କରିଛନ୍ତି ।
  • ହଲିଉଡ ଅଭିନେତା ଶନ କାନେରୀ ତାଙ୍କର ସବୁଠାରୁ ପ୍ରିୟ ଅଭିନେତା ।
  • ଚିରଞ୍ଜୀବି ୩ଟି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ପ୍ରତିବନ୍ଧ’ , ଏହି ଫିଲ୍ମ ୧୯୯୦ରେ ରିଲିଜ ହୋଇଥିଲା । ଏହା ପରେ ‘ଆଜ କା ଗୁଣ୍ଡାରାଜ’ ଏବଂ ‘ଦ ଜେଣ୍ଟେଲମ୍ୟାନ’ରେ ମଧ୍ୟ ସେ ନଜର ଆସିଥିଲେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More