Only for Entertainment

୧୩୦୦କୋଟିର ମାଲିକ ଅଟନ୍ତି ଏହି ସୁପରଷ୍ଟାରଙ୍କ ପୁଅ, କିଣିଛନ୍ତି ହାଇଦ୍ରାବାଦର ସବୁଠାରୁ ଦାମୀ ବଙ୍ଗଳା !

116

ସାଉଥ ସୁପରଷ୍ଟାର ଚିରଂଜୀବୀଙ୍କ ପୁଅ ରାମଚରଣ ଟଲିଉଡର ସବୁଠାରୁ ଧନୀ କଳାକାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ୨୦୦୭ରେ ଫିଲ୍ମ ‘ଚିରୁଥା’ରେ ନିଜ କ୍ୟାରିଅର ଆରମ୍ଭ କରିଥିବା ଷ୍ଟାର ସାଉଥ ଇଣ୍ଡଷ୍ଟ୍ରିରେ ଖୁବ ପପୁଲାର ଅଟନ୍ତି । ନିକଟରେ ରାମଚରଣଙ୍କ ବାପା ଏବଂ ସୁପରଷ୍ଟାର ଚିରଂଜୀବୀଙ୍କ ଫିଲ୍ମ ‘ସଈରା ନରସିହ୍ମା ରେଡ୍ଡି’ରିଲିଜ ହୋଇଛି ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ଏତେ ପ୍ରସିଦ୍ଧ କଳାକାର କେବଳ ଫିଲ୍ମରେ ନୁହଁନ୍ତି ବରଂ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବବ ବ୍ୟବସାୟ କରନ୍ତି ।

ଆପଣ ଜାଣନ୍ତି କି ରାମଚରଣ ହାଇଦ୍ରାବାଦର ଜୁବଲୀ ହିଲ୍ସର ପ୍ରାଇମ ଲୋକେସନରେ ୩୮କୋଟି ବଙ୍ଗଳାରେ ରୁହନ୍ତି । ଏହି ଘର ସାଉଥର କୌଣସି କଳାକାରଙ୍କ ସବୁଠାରୁ ଦାମୀ ଘର ମଧ୍ୟରୁ ଗୋଟିଏ ଅଟେ । ରାମଚରଣ ଫିଲ୍ମ କଳାକାର ବ୍ୟତୀତ ଜଣେ ସଫଳ ବିଜନେସମ୍ୟାନ ମଧ୍ୟ ଅଟନ୍ତି । ରାମଚରଣଙ୍କ ପାଖରେ ୧୩୦୦କୋଟି ଟଙ୍କା ରହିଛି ।

 ଏହାସହ ଏହି କଳାକାର ହାଇଦ୍ରାବାଦ ବେଷ୍ଡ ଏୟାରଲାଇନ ଟୁ ଜେଟ’ର ମଧ୍ୟ ମାଲିକ ଅଟନ୍ତି । ଷ୍ଟାର ରାମଚରଣ ହାଇଦ୍ରାବାଦ ପୋଲୋ ରାଇଡିଂ କ୍ଲବ ନାଁ ରେ ପୋଲୋ ଟିମ ମଧ୍ୟ ରହିଛି ।

ରାମଚରଣ ମା’ ଟିଭିର ବୋର୍ଡ ଅଫ ଡିରେକ୍ଟରରେ ମଧ୍ୟ ସାମିଲ ଅଛନ୍ତି ।

ଷ୍ଟାର ରାମଚରଣ ଗୋଟିଏ ଫିଲ୍ମରେ ପାଖାପାଖି ୧୨ରୁ ୧୫କୋଟି ଟଙ୍କା ଚାର୍ଜ କରନ୍ତି । ଏହାସହ ଏହି କଳାକାରଙ୍କର କୋନିଡେଲା ପ୍ରଡକ୍ସନ କମ୍ପାନୀ ମଧ୍ୟ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More