Only for Entertainment

ଅଭିଷେକ ବଚ୍ଚନଙ୍କ ଅପୋଜିଟରେ ନାୟିକା ଭାବେ ପୁଣିଥରେ ପରଦାକୁ ଫେରିବେ ଚିତ୍ରାଙ୍ଗଦା ସିଂ

you tube
68

ବଲିଉଡର ଜଣେ ଜଣାଶୁଣା ନାୟିକା ହିନ୍ଦୀ ସିନେମାକୁ ପୁଣି ଆସୁଥିବାର ଖବର ମିଳିଛି। ଏହି ନାୟିକାଜଣକ ହେଲେ ଚିତ୍ରାଙ୍ଗଦା ସିଂହ। ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂହ ନିର୍ଦେଶକ ସୁଜୟ ଘୋଷଙ୍କ ଫିଲ୍ମ ‘କାହାନୀ’ର ଏକ ରହସ୍ୟମୟୀ ଚରିତ୍ର ‘ବବ ବିଶ୍ୱାସ’କୁ ନେଇ ନିର୍ମାଣ କରାଯାଉଥିବା ହିନ୍ଦୀ ସିନେମାରେ ନାୟିକା ଭାବେ ଦେଖା ଦେବେ। ଏଥିରେ ଚିତ୍ରାଙ୍ଗଦାଙ୍କ ଲେଉଟାଣି ହେଉଥିବା କୁହାଯାଉଛି।

ବଲିଉଡର ଲୋକପ୍ରିୟ ଅଭିନେତା ଅଭିଷେକ ବଚ୍ଚନ ଓ ଶାହରୁଖ୍ ଖାନ୍ ଏହି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ ଜୁନିଅର୍ ବଚ୍ଚନ ଏହି ସିରିଏଲ୍ କିଲର ବବ ବିଶ୍ୱାସଙ୍କ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି। ଶାହରୁଖ୍ ଖାନ୍ ଏହାର ପ୍ରଯୋଜନା କରୁଛନ୍ତି। ଏହି ନାମକରଣ ହୋଇ ନ ଥିବା ହିନ୍ଦୀ ସିନେମାର ନିର୍ଦେଶନା ଦେଉଛନ୍ତି ସୁଜୟ ଘୋଷଙ୍କ ବଡ଼ ଝିଅ ଦୀୟା ଅନ୍ନପୂର୍ଣ୍ଣା ଘୋଷ। ସେ ନିର୍ଦେଶିକା ଭାବେ ବଲିଉଡରେ ଏହି ଫିଲ୍ମ ଜରିଆରେ ପାଦ ଥାପୁଥିବା ଜଣାଯାଇଛି।

କିଛି ବର୍ଷ ପାଇଁ ବଲିଉଡରୁ ଦୂରେଇ ଯାଇଥିବା ଚିତ୍ରାଙ୍ଗଦାଙ୍କୁ ପୁଣି ଥରେ ବଡ଼ ପରଦାକୁ ଫେରାଇ ଆଣିଛନ୍ତି ସୁଜୟ ଘୋଷ। ଯେତେବେଳ ସୁଜୟ ଚିତ୍ରାଙ୍ଗଦାଙ୍କୁ ଫିଲ୍ମର କାହାଣୀ ଶୁଣାଇଲେ ସେ ତତକ୍ଷଣାତ୍ ରାଜି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଚିତ୍ରାଙ୍ଗଦାଙ୍କୁ ଶେଷ ଥର ପାଇଁ ଗୌରବ ଚାଓ୍ୱଲାଙ୍କ ନିର୍ଦେଶିତ ଫିଲ୍ମ ‘ବାଜାର’ରେ ଦେଖିବାକୁ ମିଳିଥିଲା ଏହି ଫିଲ୍ମରେ ତାଙ୍କ ବ୍ୟତୀତ ସୈଫ୍ ଅଲ୍ଲୀ ଖାନ୍ , ରୋହନ ବିନୋଦ ମେହରା ଏବଂ ରାଧିକା ଆପ୍ଟେ ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More