Only for Entertainment

ବ୍ରେକଫାଷ୍ଟରେ ଛୁଆ ମାନଙ୍କୁ ପ୍ରସ୍ତୁତ କରି ଦିଅନ୍ତୁ ଚକଲେଟ ସାଣ୍ଡୱିଚ ।

tablespoon
0 55

ବ୍ରେକଫାଷ୍ଟରେ ସମସ୍ତେ ବ୍ରେଡ ଟୋସ୍ଟ କିମ୍ବା ସାଣ୍ଡୱିଚ ଖାଇବାକୁ ପସନ୍ଦ କରନ୍ତି । ଆପଣଙ୍କ ବ୍ରେକଫାଷ୍ଟକୁ ଆହୁରି ମଜାଦାର କରିବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ ସାଣ୍ଡୱିଚ । ଆସନ୍ତୁ ଜାଣିବା ଏହାର ପସ୍ତୁତି ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ:
ପାଣି- ୨୫୦ମି,ଲି.
ବଟର – ୧ ୧/୨ ଛୋଟ ଚାମଚ
ଡାର୍କ ଚକଲେଟ – ୧୨୦ଗ୍ରାମ
ବ୍ରେଡ ଖଣ୍ଡ
ମଜୋରଲା ଚିଜ
ଚିନି ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ:
୧, ଏକ ପ୍ୟାନରେ ୨୫୦ମି,ଲି ପାଣି ଢାଳି ଫୁଟାନ୍ତୁ ଏବଂ ଏହା ଉପରେ ଏକ ପାତ୍ର ରଖନ୍ତୁ ।
୨. ଏଥିରେ ୧୨୦ଗ୍ରାମ ଡାର୍କ ଚକଲେଟ ମିଶାନ୍ତୁ ।
୩. ଚକଲେଟ ତରଳ ହେବା ପର୍ଯ୍ୟନ୍ତ ଘାଟନ୍ତୁ ।
୪. ଏହାପରେ ଏଥିରେ ୧ ୧/୨ ବଟର ମିଶାନ୍ତୁ ।
୫. ଏକ ବ୍ରେଡ ଖଣ୍ଡକୁ ନେଇ ଏଥିରେ ବଟର ଲଗାନ୍ତୁ ।
୬. ଏହାପରେ ଏହି ବ୍ରେଡରେ ଚକଲେଟ ମିଶ୍ରଣକୁ ଲଗାନ୍ତୁ ।
୭. ଏହାପରେ ଏହା ଉପରେ ମଜୋରୋଲା ଚିଜ କୁ ରଖି ଆଉ ଗୋଟେ ବ୍ରେଡ ଖଣ୍ଡ ରଖନ୍ତୁ ।
୮. ଏହି ସାଣ୍ଡୱିଚକୁ ଗୋଲ୍ଡ ବ୍ରାଉନ ହେବା ପର୍ଯ୍ୟନ୍ତ ଏହାକୁ ଗ୍ରିଲ କରନ୍ତୁ ।
୯. ଗ୍ରିଲ ହୋଇଗଲା ପରେ ସାଣ୍ଡୱିଚକୁ ଚିନି ପାଉଡରରେ ଗାର୍ନିସ କରି ଦିଅନ୍ତୁ ।
୧୦. ବର୍ତ୍ତମାନ ଏହି ଚିଜ ଚକଲେଟ ସାଣ୍ଡୱିଚ ପ୍ରସ୍ତୁତ ହୋଇଯାଉଛି ଏହାକୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More