Only for Entertainment

ଟ୍ରେଣ୍ଡରେ ରହିଛି ଚକୋଲେଟ ୱାକ୍ସର ଚାହିଦା !

antistresvodic
28

ହାତ ଏବଂ ଗୋଡ଼ରୁ ରୁମ ସଫା କରିବା ପାଇଁ ୱାକ୍ସ କରିବାକୁ ଅନେକେ ପସନ୍ଦ କରୁଥିବା ବେଳେ ଏବେ ଏହି ଧାରାରେ ଆଗରେ ରହିଛି ଚକୋଲେଟ୍‍ ୱାକ୍ସ । ଯଦିଓ ନର୍ମାଲ୍‍ ୱାକ୍ସ ଠାରୁ ଏହା କରିବା ବ୍ୟୟ ସାପେକ୍ଷ, ତଥାପି ଏହାର ପ୍ରଭାବ ବେଶ୍‍ ଭଲ ରହୁଥିବାରୁ ଲୋକଙ୍କ ମଧ୍ୟରେ ଏଥିପ୍ରତି ରୁଚି ବଢ଼ିବାରେ ଲାଗିଛି ।

chocolate-wax

ଚକୋଲେଟ୍‍ ୱାକ୍ସରେ ଥିବା କୋକୋ କାରଣରୁ ତ୍ୱଚା ଅଧିକ ଚିକ୍କଣ ହୋଇଥାଏ । ଏଥିସହ ଶରୀରରେ ଥିବା ଡେଡ୍‍ ସବୁ ବାହାରି ଯାଇଥାଏ । ଚକୋଲେଟ୍‍ ୱାକ୍ସ ପରେ ସ୍କିନ୍‍ ଆହୁରି ସଫା ଏବଂ କୋମଳ ହୋଇଥାଏ । ସାଧାରଣତଃ ନର୍ମାଲ୍‍ ୱାକ୍ସ କରିବାର ଦିନେ ଦୁଇଦିନ ପରେ ପୁଣିଥରେ ଶରୀରରେ ହାଲ୍‍କା ରୁମ ଉଠିବା ଦେଖିବାକୁ ମିଳିଥାଏ । ମାତ୍ର ଏହି କ୍ଷେତ୍ରରେ ରୁମ ଦୀର୍ଘଦିନ ପର୍ଯ୍ୟନ୍ତ ଉଠି ନଥାଏ । ତେଣୁ ଏବେ ଏହା ବ୍ୟୟ ସାପେକ୍ଷ ସତ୍ତେ୍ୱ ଅନେକ ଏଭଳି ୱାକ୍ସ ପ୍ରତି ଆଗ୍ରହ ଦେଖାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More