Only for Entertainment

ଏହି ଖାସ କାରଣ ଯୋଗୁଁ କ୍ରିଶ ହେମ୍ସବର୍ଥ ଝିଅ ନାଁ ରଖିଲେ ‘ଇଣ୍ଡିଆ’ !

46

ହଲିଉଡ ଅଭିନେତା କ୍ରିଶ ହେମ୍ସବର୍ଥ ଖୁବ ଶୀଘ୍ର ‘ମ୍ୟାନ ଇନ ବ୍ଲାକ’ରେ ନଜର ଆସିବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ‘ମ୍ୟାନ ଇନ ବ୍ଲାକ ଇଂଟରନ୍ୟାସନାଲ’୧୪ ଜୁନରେ ରିଲିଜ ହେବ । ମାତ୍ର କ୍ରିଶ ଏବେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ କ୍ରିଶ ଆଉ ଏକ କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହାର କାରଣ ହେଉଛନ୍ତି ତାଙ୍କ ଝିଅ । ଅସଲରେ କ୍ରିଶ ଝିଅର ନାଁ ରଖିଛନ୍ତି ଇଣ୍ଡିଆ । କ୍ରିଶ ନିଜ ଝିଅ ନାଁ ଇଣ୍ଡିଆ ରଖିବା ସହ ନିଜ ହୃଦୟରେ ଭାରତ ପାଇଁ ଏକ ବିଶେଷ ସ୍ଥାନ ରଖିଛନ୍ତି ।

ତେବେ ସେ ତାଙ୍କ ଝିଅ ଇଣ୍ଡିଆ ରଖିବାର କାରଣ ଖୁଲାସା କରିଛନ୍ତି । ଏକ ୱେବସାଇଟକୁ ଦେଇଥିବା ଇଂଟରଭ୍ୟୁ ରେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଅନେକ ସମୟ ଭାରତରେ ବିତାଇଛନ୍ତି ଏହି କାରଣରୁ ସେ ତାଙ୍କ ଝିଅ ନାଁ ଇଣ୍ଡିଆ ରଖିଛନ୍ତି ।
ସାକ୍ଷାତକାରରେ କ୍ରିଶ ଇଣ୍ଡିଆ ବିଷୟରେ କହିଛନ୍ତି ଯେ କେବଳ ତାଙ୍କ ସ୍ତ୍ରୀ ନୁହଁନ୍ତି ସେ ମଧ୍ୟ ଭାରତକୁ ଖୁବ ପସନ୍ଦ କରନ୍ତି । ଭାରତକୁ ଆସି ତାଙ୍କର ଅନୁଭବ ଟିକେ ଭୟଙ୍କର ଥିଲା ମାତ୍ର ମଜାଦାର ଥିଲା । ଏହାସହ କ୍ରିଶ କହିଛନ୍ତି ଯେ ସୁଟ ସମୟରେ ତାଙ୍କୁ ଭାରତରେ ରକଷ୍ଟାର ଭଳି ଅନୁଭବ ହୋଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ପୂର୍ବବର୍ଷ ନେଟଫ୍ଲିକ୍ସ ପ୍ରୋଜେକ୍ଟ ଢାକା’ର ସୁଟିଂ ପାଇଁ ଭାରତ ଆସିଥିଲେ କ୍ରିଶ । ସେ ଅହମଦାବାଦ ଏବଂ ମୁମ୍ବାଇରେ ସୁଟ କରିଥିଲେ । ସୁଟ ସମୟରେ ନିର୍ଦ୍ଦେଶକ କଟ କରିବା ପରେ ଫ୍ୟାନ୍ସମାନେ ଏତେ ଚିୟର କରୁଥିଲେ ଯେ ଯାହା ତାଙ୍କୁ ଖୁବ ପସନ୍ଦ ଆସିଥିଲା ବୋଲି କ୍ରିଶ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More