Only for Entertainment

ପ୍ରଭାସଙ୍କ ଫିଲ୍ମ ‘ସାହୋ’ରେ ନଜର ଆସିବ ଚଙ୍କି ପାଣ୍ଡେଙ୍କ ଖତରନାକ ରୂପ ।

bollywood tadka
36

ବଲିଉଡରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଆକ୍ଟର ଚଙ୍କି ପାଣ୍ଡେ ।୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ବେଗମ ଜାନରେ ଅଭିନୟ କରି ଚଙ୍କି ଚର୍ଚ୍ଚାକୁ ଆସିଥିଲେ । ଏବେ କିନ୍ତୁ ଚର୍ଚ୍ଚାକୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସାହୋକୁ ନେଇ । ସାହୋରେ ପ୍ରଭାସଙ୍କ ବ୍ୟତୀତ ଶ୍ରଦ୍ଧା କପୂର ମଧ୍ୟ ନଜର ଆସିବେ । ଫିଲ୍ମ ୧୫ ଅଗଷ୍ଯକୁ ରିଲିଜ ହେବ । ଚଙ୍କିଙ୍କ କହିବା ଅନୁସାରେ ପ୍ରମୋଶନରେ ସେ ଅଧିକ ନଜର ଆସୁନାହାଁନ୍ତି, କିନ୍ତୁ ସତ କଥା ହେଉଛି ଫିଲ୍ମରେ ସେ ବେଗମ ଜାନ ଅପେକ୍ଷା ଅଧିକ ଖତରନାକ ରୂପରେ ନଜର ଆସିବେ ।

ଏହା ବ୍ୟତୀତ ଦୀପାବଳିରେ ଚଙ୍କିଙ୍କ ଅଭିନୀତ ଫିଲ୍ମ ହାଉସଫୁଲ ୪ ରିଲିଜ ହେବ । କେବଳ ସେତିକି ନୁହେଁ ଏବେ ମରାଠୀ ଫିଲ୍ମରେ ମଧ୍ୟ କାମ କରୁଛନ୍ତି ଚଙ୍କି । ଫିଲ୍ମ ରିତେଶ ଦେଶମୁଖଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହେଉଛି । ଫିଲ୍ମର ନାମ ହେଉଛି ‘ଭଙ୍ଗାରବାଲା’ । ଏହି ଫିଲ୍ମ ସେପ୍ଟେମ୍ବର ପାଖାପାଖି ରିଲିଜ ହୋଇପାରେ । କେବଳ ସେତିକି ନୁହେଁ ସହଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ’ରେ ମଧ୍ୟ କାମ କରୁଛନ୍ତି ଚଙ୍କି । ତେବେ ଚଙ୍କିଙ୍କ ପାଇଁ ଏହି ବର୍ଷ ନିହାତି ଶୁଭମୟ ।

କେବଳ ସେତିକି ନୁହେଁ । ଚଙ୍କି ଆଉ ଏକ କଥା କହିଛନ୍ତିଯେ ଯେ ଲୋକ ଏବେ କେବଳ ହଲିଉଡ ଫିଲ୍ମ ଦେଖିବାରେ ଲାଗିଛନ୍ତି । ତେଣୁ ମୋତେ ଲାଗୁଛିଯେ ଲୋକ ଏବେ କେବଳ ପର୍ଫମାନ୍ସ ଦେଖିବାକୁ ପସନ୍ଦ କରୁଛନ୍ତି । ତେଣୁ କେବଳ କମର୍ସିଆଲ ଫିଲ୍ମରେ କାମ କଲେ ସେମାନଙ୍କ ଧ୍ୟାନ ଆକର୍ଷଣ କରାଯାଇପାରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More