Only for Entertainment

ପିଲାଙ୍କ ପାଇଁ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଦେବାକୁ ଯାଉଛନ୍ତି ଏକ ନୂଆ ଉପହାର ।

freepressjournal
0 71

ପିଲାଙ୍କ ପାଇଁ ଆସିବ ଲିଟିଲ ସିଙ୍ଘମ । ଫିଲ୍ମ ମେକର୍ ରୋହିତ ସେଟ୍ଟି ଏହି ଆନିମେସନ୍ ସିରିଏଲର ଲଂଚ କରିଛନ୍ତି । ଡିସକଭରି କିଡ୍ସ, ରିଲାଏନ୍ସ ଆନିମେସନ୍ ଓ ରୋହିତ ସେଟ୍ଟି ଫିଲ୍ମସର ମିଳିତ କୋଲାବୋରେସନରେ ଏହି କାର୍ଟୁନ୍ ଶୋ ଲଂଚ କରାଯାଇଛି ।

ଲିଟିଲ ସିଙ୍ଘମ୍, ଅଜୟ ଦେବଗନଙ୍କ ହିଟ୍ ଫିଲ୍ମ ସିଙ୍ଘମକୁ ନେଇ ପ୍ରସ୍ତୁତ କରାଯାଇଛି । ପିଲାଙ୍କ ପାଇଁ ଏହି ଖାସ ସିରିଜ ପ୍ରସ୍ତୁତ କରାଯାଇଛି । ଲିଟଲ୍ ସିଙ୍ଘମ ତିନୋଟି ଭାଷାରେ ପ୍ରସାରିତ ହେବ । ହିନ୍ଦି, ତାମିଲ୍ ଓ ତେଲୁଗୁ । ରୋହିତ ଏକ ସାକ୍ଷାତକାରରେ କହିଛନ୍ତି ଏହି ଆନିମେସନ ସିରିଜ ଫିଲ୍ମ ଠାରୁ ୧୦୦ଟାଇମ ବଡ ଅଟେ ।

ଏହା ସିଜିଆଇ ଏବଂ ଭିଜୁଆଲ ଇଫେକ୍ଟ ଦ୍ୱାରା ନିର୍ମିତ ହୋଇଛି । ଏହାକୁ ସମସ୍ତେ ଦେଖିପାରିବେ । ଏହାପରେ ରୋହିତ କହିଛନ୍ତି ସେ ଛୁଆମାନଙ୍କୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବାକୁ ଚାହାନ୍ତି । ଯଦି ତାଙ୍କୁ ଛୁଆମାନଙ୍କୁ ନେଇ କିଛି ଭଲ ସ୍କ୍ରିପ୍ଟ ମିଳେ ତେବେ ସେ ନିଶ୍ଚୟ ଫିଲ୍ମ ତିଆରି କରିବେ ବୋଲି କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More