Only for Entertainment

ରିସର୍ଚ୍ଚରେ ପ୍ରମାଣିତ ୨ବର୍ଷ ପର୍ଯ୍ୟନ୍ତ ଲଗାତାର ଅଖରୋଟ ଖାଇବା ଦ୍ୱାରା ସ୍ତନ କର୍କଟରୁ ମିିଳିବ ମୁକ୍ତି !

34

ଆମେରିକାର ମାର୍ଶଲ ୟୁନିଭର୍ସିଟିର ଡବ୍ଲ୍ୟୁ ହାର୍ଡମେନ କହିଛନ୍ତି ଅଖରୋଟ ଖାଇବା ଦ୍ୱାରା ସ୍ତନ କର୍କଟ ସମ୍ଭାବନା ସ୍ତର କମ ହୋଇଥାଏ ଏବଂ କ୍ୟାନସରର ସମସ୍ୟା କମ ରହିଥାଏ । ଏଠାରେ କହି ରଖୁଛୁ ଯେ ଏହି ରିସର୍ଚ ଆଗରୁ ମୂଷା ଉପରେ କରାଯାଇଥିଲା । ହାର୍ଡମେନ କହିବା ମୁତାବକ ଏହି ଅନୁସନ୍ଧାନ ଉପରେ ତାଙ୍କ ଟିମ ଅନୁମାନ ଲଗାଇଛନ୍ତି ଯେ ଅଖରୋଟ ଖାଇବା ଦ୍ୱାରା ମହିଳାଙ୍କ ପାଥୋଲୋଜିକାଲ ଜିନରେ ପରିବର୍ତ୍ତନ ହେବ…ଯାହା ଦ୍ୱାରା ସ୍ତନ କର୍କଟକୁ ରୋକା ଯାଇ ପାରିବ ।

ଏହି ରିସର୍ଚ୍ଚ ପୁର୍ବରୁ ସେହି ମହିଳାଙ୍କୁ ନେଇ ପରୀକ୍ଷଣ କରାଯାଇଛି , ଯେଉଁମାନଙ୍କର ସ୍ତରରେ ଜମାଟ ରହିଛି । ମହିଳାଙ୍କୁ ଅନୁସନ୍ଧାନ ଏବଂ ପାଥୋଲଜି ବାୟୋପ୍ସି ଅନ୍ତର୍ଗତ ଭର୍ତ୍ତି କରାଯାଇଥିଲା ଏବଂ ଭଲଭାବେ ସେମାନଙ୍କୁ ଅଖରୋଟ ଖୁଆ ଯାଇଥିଲା । ଏହାପରେ ଯାଂଚର ନମୁନା ନିଆଯାଇ ପରୀକ୍ଷା କରାଯାଇଥିଲା । ଯାଂଚରୁ ମିଳିଥିଲା ଯେ ପୂର୍ବାପେକ୍ଷା ଏବେ ମହିଳାଙ୍କ ସ୍ତନ ଜମାଟରେ ପରିବର୍ତ୍ତନ ହୋଇଛି ଏବଂ ଏହାର ବୃଦ୍ଧି ମଧ୍ୟ କମି ଯାଇଛି । ହାର୍ଡମେନ କହିଛନ୍ତି ଯେ ଏହାର ପରିଣାମ ସେହି ପରିକଳ୍ପନାର ସମର୍ଥନ କରୁଛି ଯେଉଁଥିରେ ମନୁଷ୍ୟ ଅଖରୋଟ ଖାଇବାଦ୍ୱାରା ସ୍ତନ କର୍କଟ ଏବଂ ଏହାର ବୃଦ୍ଧିକୁ ଶେଷ କରି ପାରିବେ । ଯାହାଦ୍ୱାରା ସ୍ତନ କର୍କଟର ବିସ୍ତାର ହ୍ରାସ ପାଇବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More