Only for Entertainment

ଜାଣନ୍ତୁ ଏସିଆର ସବୁଠାରୁ ସ୍ୱଚ୍ଛ ଗ୍ରାମ ବିଷୟରେ

Lonely Planet
0 64

ଭାରତରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।  ଏପରିକି ଗ୍ରାମାଚଂଳରେ  ମଧ୍ୟ ଲୋକେ ସଚେତନ ହେଲେଣି । ଭାରତରେ   ଏପରି ଏକ ଗ୍ରାମ ରହିଛି ଯାହା ନିଜର ସ୍ୱଚ୍ଛତା ପାଇଁ ଏସିଆ ମହାଦେଶରେ ଏକ ସ୍ୱତନ୍ତ୍ର  ସ୍ଥାନ ହାଲସ କରିଛି । ଏହି ଗ୍ରାମଟି ମେଘାଳୟର ରାଜଧାନୀ ସିଲିଂ ଏବଂ ଭାରତ- ବାଂଳାଦେଶ  ସୀମାର ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଗ୍ରାମର ନାମ ହେଉଛି ମାୱଲିନଙ୍ଗ ଏବଂ ଏହି ଗ୍ରାମଟି ଏସିଆର ସବୁଠାରୁ ସ୍ୱଚ୍ଛ ଗ୍ରାମ ଅଟେ ।

village

ବିଶ୍ୱ  ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ଏହି ଗ୍ରାମର ଜନସଂଖ୍ୟା ପାଖାପାଖି ୫୦୦ । ଗ୍ରାମରେ ୯୫ ଟି ଖାସି ଜନଜାତିର ପରିବାର ବାସ କରନ୍ତି । ଗ୍ରାମରେ ପଲିଥିନର ବ୍ୟବହାରକୁ ସମ୍ପୂର୍ଣ୍ଣ  ନିଷେଧ କରାଯାଇଥିବା ବେଳେ ସାର୍ବଜନୀନ ସ୍ଥାନରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି ।

mawlynnong-near-shillong-meghalaya_1500203217

ଏହା ସହିତ ଗ୍ରାମର ରାସ୍ତା କଡରେ ବାଉଁଶରେ  ତିଆରି ଡଷ୍ଟବିନ ରଖାଯାଇଛି । ରାସ୍ତାର ଦୁଇ କଡରେ ଫୁଲ ଗଛ ଓ ଅନ୍ୟ ଲଗାଯାଇଛି । ଏହା ସହିତ ପ୍ରତ୍ୟେକ ଦିନ ପରିବାରର ଜଣେ ଲେଖା ସହସ୍ୟା ଗ୍ରାମର ସଫେଇ କାର୍ଯ୍ୟରେ ଭାଗ ନେବାକୁ ବାଧ୍ୟ ଅଟନ୍ତି । ଯଦି କେହି ସଫେଇ କର୍ଯ୍ୟରେ ଭାଗ ନେଇନଥାନ୍ତି ତାହାର ଖାଇବା ବନ୍ଦ କରାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More