Only for Entertainment

ପିଅନ୍ତୁ ଏହି ଚା’ ସର୍ବଦା ରହିବେ ଯୌବନ ଏବଂ ଚେହେରାରେ ଦିଶିବ ଉଜ୍ୱଳ !

Hindustan Times
0 112

ରିନ୍‌ ଟି ଏବଂ ବ୍ଲାକ୍‌ ଟି’ର (ସବୁଜ ଓ କଳା ଚା) ଉପକାର ବାବଦରେ ଅନେକେ ଅନେକ କଥା ଜାଣନ୍ତି, କିନ୍ତୁ କ୍ୱଚିତ୍‌ ଜାଣନ୍ତି ବ୍ଲୁ ଟି’ ବା ନୀଳ ଚା’ କଥା। ଏହା ସ୍ୱାଦିଷ୍ଠ ଏବଂ ସ୍ୱାସ୍ଥ୍ୟପ୍ରଦ ମଧ୍ୟ।

ପ୍ରଥମେ ଜାଣନ୍ତୁ ବ୍ଲୁ ଟି’ କ’ଣ। ପ୍ରକୃତରେ ଏହା ହେଉଛି ଶୁଖିଲା ନୀଳ ଅପରାଜିତା ଫୁଲ। ନିୟମିତ ଏଥିରୁ ପ୍ରସ୍ତୁତ ଚା ପାନ କଲେ ସ୍ୱାସ୍ଥ୍ୟ ଭଲ ରହିବା ସହ ଯୌବନ ମଧ୍ୟ ଅକ୍ଷୁର୍ଣ୍ଣ ରହିବ।

ଆଣ୍ଟି ଅକ୍ସିଡାଣ୍ଟ୍‌ରେ ଭରପୂର: ନୀଳ ଚା’ରେ ବିପୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ। ଏହି ଶକ୍ତିଶାଳୀ ଜୈବ ଉପାଦାନ ଶରୀରକୁ ସମୟ ପୂର୍ବରୁ ବୁଢ଼ା କରାଇ ଦେଉଥିବା ବିଷାକ୍ତ ପଦାର୍ଥ ସବୁକୁ କାଢ଼ି ଦିଏ। ତେଣୁ ନୀଳ ଅପରାଜିତା ଚା’ ପିଇ ଶରୀରକୁ ବିଷମୁକ୍ତ କରିବା ଉଚିତ।

ଆଣ୍ଟି ଡାଇବେଟିସ୍‌ ଉପାଦାନ: ଭୋଜନର କିଛି ସମୟ ପରେ କପେ ନୀଳ ଚା ପିଇଲେ ଶରୀର ଖାଦ୍ୟରୁ ଶର୍କରା ଭାଗ ଶୀଘ୍ର ଗ୍ରହଣ କରି ପାରେ ନାହିଁ। ଫଳରେ ରକ୍ତ ଶର୍କରା ସ୍ତର କମ୍‌ ରହେ। ଡାଇବେଟିସ୍‌ ଯୋଗୁଁ ଶରୀରରେ ହେଉଥିବା ସଂକ୍ରମଣରୁ ମଧ୍ୟ ଏହା କମାଇ ଦେଇଥାଏ। ହୃଦ୍‌ପିଣ୍ଡ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ।

 

ଚର୍ମ ଓ କେଶ ପାଇଁ ଅମୃତ: କପେ ନୀଳ ଅପରାଜିତା ଚା’ରେ ପୂରି ରହିଛି କେଶ ଓ ଚର୍ମ ପାଇଁ ଆବଶ୍ୟକ ଆଣ୍ଟିଅକ୍ସିଡାଣ୍ଟ୍‌। ତା’ଛଡ଼ା ଏଥିରେ ଥିବା ଅନେକ ଭିଟାମିନ୍‌ ଓ ଖନିଜ ଲବଣ ତ୍ୱଚା ଓ କେଶକୁ ଉଜ୍ଜ୍ୱଳ କରି ରଖେ। ଫଳରେ ଅକାଳ ବାର୍ଦ୍ଧକ୍ୟ ଘୋଟେ ନାହିଁ।

ମସ୍ତିଷ୍କ ସକ୍ରିୟ ପାଇଁ ଶକ୍ତି: ନୀଳ ଅପରାଜିତାରେ ରହିଛି ସ୍ମୃତିଶକ୍ତି ବୃଦ୍ଧିକାରୀ ଉପାଦାନ। ଏହା ମସ୍ତିଷ୍କକୁ ତାଜା ରଖିବା ସହ ଏହାର କାର୍ଯ୍ୟକଳାପ ସବୁକୁ ବଢ଼ାଇ ଦିଏ। ଫଳରେ ଦେହ ଓ ମନ ଚଳଚଞ୍ଚଳ ତଥା ଫୂର୍ତ୍ତି ରହେ।

ବ୍ୟାକୁଳତା ଓ ବିଷାଦ ନାଶକ: ଅଧ୍ୟୟନ କହେ ନୀଳ ଅପରାଜିତା ଚା ମଣିଷକୁ ଚିନ୍ତାମୁକ୍ତ ରଖି ମନର ଚଞ୍ଚଳତା ବା ବ୍ୟାକୁଳତା ଭଳି ବିକୃତି ଦୂରେଇ ଦେଇଥାଏ।

 

ସୌନ୍ଦର୍ଯ୍ୟ ବୃଦ୍ଧିକାରୀ: ନୀଳ ଚା’ରେ ଆଣ୍ଟି-ଗ୍ଲାଇକେସନ୍‌ ବା ଚର୍ମରେ ଶର୍କରା ଜମାଟ ନିରୋଧି ଗୁଣ ଥିବାରୁ ଚର୍ମରୁ ବୟସର ଛାପ ହଟାଇବାରେ ଖୁବ୍‌ ସହାୟକ ହୁଏ। ପୁଣି ଏଥିରେ କିଛି ଫ୍ଲେବୋନୋଇଡ୍‌ସ୍‌ ଥିବାରୁ ତାହା କୋଲେଜେନ୍‌ ତିଆରି ବଢ଼ାଇ ତ୍ୱଚାର ଔଜ୍ୱଲ୍ୟ ବୃଦ୍ଧି କରିଥାଏ।

କର୍କଟ ରୋଗ ଆଶଙ୍କା କମାଇ ଦିଏ: ନୀଳ ଚା’ରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ଶରୀର ଜୀବକୋଷ ସବୁକୁ ନଷ୍ଟ କରାଇ ଦିଏନାହିଁ। ଅର୍ଥାତ୍‌ ଜୀବକୋଷ ନଷ୍ଟ ହାର କମିଲେ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯିବ।

ବିଶେଷ ଦ୍ରଷ୍ଟବ୍ୟ: କେବଳ ବିଶେଷଜ୍ଞଙ୍କ ପରାମର୍ଶରେ ଅପରାଜିତା ଚା ପ୍ରସ୍ତୁତି କରିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More