Only for Entertainment

ନଡିଆ ରସରେ ପ୍ରସ୍ତୁତ କରନ୍ତୁ ଖିରୀ

samachar jagat
0 52

ଖିରୀ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଏପରିକି ବିବାହ ବ୍ରତ ଏବଂ ସମସ୍ତ କାର୍ଯ୍ୟକ୍ରମ ମିଠା ଆକାରରେ ଭିନ୍ନ ଭିନ୍ନ ଭେରାଇଟି ଖିରୀ ଖାଇବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଖିରୀ ପ୍ରସ୍ତୁତି କରିବାର ନୂଆ ଉପାୟ ବତାଇବୁ । ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ

ତେଲ, ଚିନି, ଖୁଆ, କାଜୁ, ଖିସ୍ମିସ୍, ପିସ୍ତା ବାଦାମ୍, ତେଜପତ୍ର, ଗୁଜରାତି, ନଡ଼ିଆ ରସ, ଭିଜା ଚାଉଳ, ଲୁଣ ଓ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅରୁଆ ଚାଉଳକୁ ୩୦ ମିନିଟ୍ ବତୁରେଇ ରଖନ୍ତୁ। ତାପରେ ଚୁଲାରେ କଡ଼େଇ ବସାଇ ସେଥିରେ ରିଫାଇନ୍ ତେଲ ପକାନ୍ତୁ। ତେଲ ଅଳ୍ପ ଗରମ ହେବା ପରେ ସେଥିରେ ତେଜପତ୍ର, ଗୁଜୁରାତି ଓ ଅଳ୍ପ ଚିନି ପକାନ୍ତୁ। ଏହାପରେ ବତୁରା ଅରୁଆ ଚାଉଳ ପକାନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୩୦ ମିନିଟ୍ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ। ଚାଉଳ ସିଝିବା ପରେ ସେଥିରେ ଚିନି ପକାନ୍ତୁ। ତା’ ପରେ ସେଥିରେ କାଜୁ, କିସମିସ୍ ଓ ପିସ୍ତା ବାଦାମ୍ ପକାଇ ଗୋଳେଇ ଦିଅନ୍ତୁ। ୨ ମିନିଟ୍ ପରେ ସେଥିରେ ନଡ଼ିଆ ରସ ପକାନ୍ତୁ। ନଡ଼ିଆ ରସ ଫୁଟିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ନଡ଼ିଆ ରସ ଖିରି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More